Odia News Portal

କଟକ ସହରରୁ ଆଜି ୧୪୩ ନୂଆ ପଜିଟିଭ

କଟକ: ଆଜି କଟକ ସହରରୁ ୧୪୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୩୨୫କୁ ବୃଦ୍ଧି ପାଇଛି । ଆଜି ସକାଳେ କଟକ ଜିଲ୍ଲାର ୧୬୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣା ଯାଇଥିବା ବେଳେ ସେମଧ୍ୟରୁ ୧୪୩ଜଣ କଟକ ସହରର ଅଛନ୍ତି । ଏଯାବତ ଆକ୍ରାନ୍ତଙ୍କ ମଧ୍ୟରୁ ୬୫୪ ଟି ଆକ୍ଟିଭ କେଶ ରହିଥିବା ବେଳେ ୬୬୧ ଜଣ ଆରୋଗ୍ୟ ଲାଭ କରି ଫେରିଛନ୍ତି । ଯେବେକି ସହରର ୧୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଥିବା ଜଣାଯାଇଛି ।

ଆଜିର ନୂଆ ଚିହ୍ନଟଙ୍କ ମଧ୍ୟରୁ ୧୧୨ ଜଣ କଣ୍ଟେନମେଣ୍ଟ ଜୋନ୍ରୁ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ସ୍ଥାନୀୟ ବାସିନ୍ଦାଙ୍କ ରିପୋର୍ଟ ପଜିଟିଭ ଆସିଛି । ଯେବେକି ୧୨ଜଣ ହୋମ କ୍ଵାରେଣ୍ଟାଇନରୁ ଓ ୧୨ ଜଣ ସଙ୍ଗରୋଧ କେନ୍ଦ୍ରର ଅଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ, ଆଜି ରାଜ୍ୟରୁ ୧୨୫୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୨୫୦୦୦ ପାର କରିଛି ।