Odia News Portal

ମିଠା ଧରି ଘରକୁ  ଆସିଲେ ମୃତ୍ୟୁର ସୌଦାଗର

ପଟ୍ଟାମୁଣ୍ଡାଇ : ମିଠା ଧରି ଅତିଥି ଭଳି ଆସିଲେ । ଘରେ  କେହି ନଥିବାର ସୁଯୋଗ ନେଇ ଜଣେ ମହିଳାଙ୍କୁ ହତ୍ୟା କରି ଲୁଟିନେଲେ। ଏଭଳି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି  କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି।

ପଟ୍ଟାମୁଣ୍ଡାଇ ଥାନା ଅରଡ଼ପଲ୍ଲୀ ଗାଁରେ ୬୨ ବର୍ଷୀୟ ଅମୂଲ୍ୟ ଜେନା   ଚାଷ କାମ କରି ଘର ଚଳାନ୍ତି।   ସ୍ତ୍ରୀ ମିନତୀ, ଦୁଇ ପୁଅ ବିଶ୍ୱଜିତ ଓ ସତ୍ୟଜିତଙ୍କୁ  ନେଇ ତାଙ୍କର ସଂସାର। ଭାଦ୍ରବ ମାସରେ ବିଲରେ ଚାଷ କାମ ଚାଲିଥିବାରୁ ବାପ-ପୁଅ ବିଲକୁ କାମ କରିବାକୁ ଯାଇଥିଲେ। ଘରେ ୫୬ ବର୍ଷୀୟା ମିନତୀ ଏକା ଥିଲେ। ଘରର ମୁରବି ଓ ପୁରୁଷ ନଥି ବାର ସୁଯୋଗ ନେଇ  ଦୁଇ ଜଣ ଯୁବକ ଏକ ବାଇକରେ ଆସି ଘର ଭିତରକୁ ଏକ ମିଠା ପୁଡିଆ ନେଇ ପସିଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ମାନତୀଙ୍କୁ ହତ୍ୟା କରି ବାକ୍ସରେ ଥିବା ଟଙ୍କା ଓ ଅଳଙ୍କାର ଲୁଟି ନେଇଥିଲେ। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ।

ମିନତୀଙ୍କ ଚିତ୍କାର ଶୁଣି ସାହିପଡ଼ିଶା ବିଲରେ କାମ କରୁଥିବା ଅମୂଲ୍ୟଙ୍କୁ ଖବର ଦେଇଥିଲେ। ଖବର ପାଇଁ ଅମୂଲ୍ୟ ଓ ତାଙ୍କ ଦୁଇ ପୁଅ ଘରକୁ ଆସିଥିଲେ। ଘରକୁ ଆସି ଦେଖିବା ବେଳେକୁ  ଘର ଭିତରେ ରକ୍ତାକ୍ତ ଅବସ୍ଥା   ମିନତୀଙ୍କ ମର ଶରୀର ପଡିରହିଛି। ତାଙ୍କ ଶରୀର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି। ଏହାଛଡ଼ା ଘର ଭିତରେ ବାକ୍ସ ଭଙ୍ଗା ଯାଇଛି। ଲୁଟ୍ ଉଦ୍ଦେଶ୍ୟରେ ଏହି ମର୍ଡର ହୋଇଥିବା ସନ୍ଦେହ କରାଯାଉଛି।ଏ ଘଟଣାର  ଅଭିଯୋଗ ହେବା ପରେ ପଟ୍ଟାମୁଣ୍ଡାଇ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।