Odia News Portal

ସୀମାରେ ଏୟାର ଡିଫେନ୍ସ ମିଜାଇଲ୍‌, ଚୀନ୍‌ର ଦୁଃସାହସକୁ ରୋକିବା ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ : ଭାରତ-ଚୀନ୍‌ ମଧ୍ୟରେ ଉତ୍ତେଜନା କମିବାରେ ନାହିଁ । ଲଦାଖର ଏଲ୍‌ଏସି ନିକଟରେ ଚୀନ୍‌ ତା’ର ସେନା ମୁତୟନ ଜାରି ରଖିଛି । ଭାରତ ସହ ଚୀନ୍‌ର କମାଣ୍ଡର ସ୍ତରୀୟ କଥାବାର୍ତ୍ତା ଜାରି ରହିଛି । ହେଲେ ସମାଧାନର ସୂତ୍ର କିଛି ବାହାରି ନାହିଁ ।

ଏହି ପରିପ୍ରେକ୍ଷୀରେ ଭାରତ ଆବଶ୍ୟକ ପଡ଼ିଲେ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଧମକ ଦେଇ ସାରିଛି । ଚୀନ୍‌ ପକ୍ଷରୁ ଆସନ୍ନ ବିପଦକୁ ଆଶଙ୍କା କରି ଭାରତ ଲଦାଖ ସୀମାରେ ଏୟାର ଡିଫେନ୍ସ ମିଜାଇଲ୍‌ ନିୟୋଜିତ କରିବା ଆରମ୍ଭ କରିଛି । ଚୀନ୍‌ର ହେଲିକପ୍ଟର ଗତିବିଧି ଏଲ୍‌ଏସି ନିକଟରେ ବଢ଼ୁଥିବାରୁ ଭାରତ ଏପରି ପଦକ୍ଷେପ ଗ୍ରହଣ କରିଛି ।

ଋଷର ଏହି ଡିଫେନ୍ସ ସିଷ୍ଟମକୁ ଜଣେ ସୈନ୍ୟ ସହଜରେ ନେବା ଆଣିବା କରିବା ସହ ଫାୟର୍‌ କରିପାରିବେ । ଏହାକୁ ଆର୍ମି ଓ ଏୟାରଫୋର୍ସ ମଧ୍ୟ ବ୍ୟବହାର କରିପାରିବେ ।  ସୀମାରେ ପୂର୍ବରୁ ସେନା ଓ ଅସ୍ତ୍ରଶସ୍ତ୍ର ଠୁଳ କରିସାରିଛି ଭାରତ । ଆବଶ୍ୟକ ପଡ଼ିଲେ ଯୁଦ୍ଧକୁ ଏଡାଇ ଦେଇ ହେବନି ବୋଲି ଭାରତର ସେନାଧ୍ୟକ୍ଷ ପ୍ରକାଶ କରିଛନ୍ତି । ସୀମାରେ ଉତ୍ତେଜନା ଲାଗି ରହିଛି ।