Odia News Portal

୫ମ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ : ନିତି ଆୟୋଗର  Export Preparedness Index (EPI) 2020 ଲିଷ୍ଟ ଜାରି ହୋଇଛି । ଏଥିରେ ଓଡ଼ିଶା ୫ମ ସ୍ଥାନରେ ରହିଛି । ଏହାପରେ ଯଥାକ୍ରମେ ତେଲେଙ୍ଗାନା ଓ ହରିଆଣା ରହିଛନ୍ତି ।

ନିତି ଆୟୋଗ ଭାରତର ରାଜ୍ୟଗୁଡ଼ିକର export preparedness ଅନୁଯାୟୀ ଏହି ଲିଷ୍ଟ ପ୍ରସ୍ତୁତ କରିଛି । ଆଉ ଯେଉଁଥିରେ ଓଡ଼ିଶା ଭଲ ସ୍ଥାନରେ ରହିଛି । ରିପୋର୍ଟ ମୁତାବକ ,  ଓଡ଼ିଶା ତାର Export Preparednessରେ ୫୮.୨୩ ପଏଣ୍ଟ ସହ  ପୁରା ଦେଶରେ ୫ମ ସ୍ଥାନରେ ରହିଛି ।

ଔଦ୍ୟୋଗିକ ରୂପେ ବିକଶିତ ରାଜ୍ୟ ଭାବେ ତେଲେଙ୍ଗାନା , ହରିଆଣା , କର୍ଣ୍ଣାଟକ , ଦିଲ୍ଲୀ , ପଞ୍ଜାବ ଓ ଆନ୍ଧ୍ର ପ୍ରଦେଶକୁ ପଛରେ ପକାଇ ଓଡିଶା Export Preparedness ଦିଗରେ ଆଗେଇ ଚାଲିଛି । ୬୫.୯୪ ପଏଣ୍ଟ ସହ ଓଡ଼ିଶା export ecosystems ସ୍ତମ୍ଭରେ ଦେଶର ସବୁ ରାଜ୍ୟ ଗୁଡ଼ିକ ମଧ୍ୟରେ ୨ୟ ସ୍ଥାନରେ ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ସରକାରଙ୍କର ‘୫-ଟି’ ଓ ‘ମୋ ସରକାର’ ଔଦ୍ୟୋଗିକ ଓ ଉଦ୍ୟୋକ୍ତାଙ୍କ କାର୍ଯ୍ୟକୁ ପରିବର୍ତ୍ତନ କରିବା ସହ ଏହା Export Preparednessକୁ ଦ୍ରୁତତର କରିଛି ।

କେନ୍ଦ୍ର ଦ୍ୱାରା ଦିଆଯାଇଥିବା ଏହି ରିପୋର୍ଟ ଓଡ଼ିଶାର ବ୍ୟାପାର , ବାଣିଜ୍ୟ ଉଦ୍ୟୋଗ ଓ ରପ୍ତାନୀ କ୍ଷେତ୍ରରେ କରାଯାଇଥିବା ଭଲ କାର୍ଯ୍ୟର ପ୍ରମାଣ ଅଟେ ।