Odia News Portal

ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର

ବ୍ରହ୍ମପୁର : ଆହତ ଅବସ୍ଥାରେ ଏକ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର ହୋଇଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ଗାଁରୁ ଏହି ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର କରାଯାଇଛି । ପକ୍ଷୀଟି ଉଡିଯାଉଥିବା ସମୟରେ କିଛି କାଉଙ୍କ ଆକ୍ରମଣର ଶିକାର ହୋଇ ଆସି ଜଣଙ୍କ ଘର ବାରଣ୍ଡାରେ ପଡିଥିଲା । ଏନେଇ ସ୍ଥାନୀୟବାସୀ ଖଲ୍ଲିକୋଟ ବନବିଭାଗକୁ ଖବର ଦେଇଥିଲେ ।

ଖବର ପାଇବା ପରେ ଖଲ୍ଲିକୋଟ ବନବିଭାଗର ନିର୍ଦ୍ଦେଶକ୍ରମେ ସୁମଣ୍ଡଳ ସେକ୍ସନ ବନ କର୍ମଚାରୀ ସୁଦାମ ଦଳାଇ ପହଞ୍ଚି ପକ୍ଷୀଟିକୁ ଉଦ୍ଧାର କରିଛନ୍ତି । ଆହତ ଅବସ୍ଥାରେ ପକ୍ଷୀଟିକୁ ଉଦ୍ଧାର କରାଯାଇ ଥିବାରୁ ତାର ଚିକିତ୍ସା ପରେ ଜଙ୍ଗଲରେ ଛାଡିଦିଆଯିବ ବୋଲି ଜଣାପଡ଼ିଛି । ତେବେ ପକ୍ଷୀଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା