Odia News Portal

୩୦ ଫୁଟ ତଳକୁ ଖସିଲା କାର

କେନ୍ଦୁଝର : ୩୦ ଫୁଟ ତଳକୁ ଖସିପଡିଲା କାର୍ । କାରରେ ଥିବା ୩ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରହିଛି । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ସାମ୍ନା ନାଳ ପୋଲ ଉପରୁ ୩୦ ଫୁଟ ତଳକୁ ଖସିପଡିଛି ଏହି କାର୍ ।

କରଞ୍ଜିଆ ପଟୁ ଢେଙ୍କିକୋଟ ଆଡ଼କୁ ଯାଉଥିବାବେଳେ ଭାରସାମ୍ୟ ହରାଇ କାରଟି ପୋଲ ଉପରୁ ୩୦ ଫୁଟ ତଳକୁ ଖସିପଡିଛି। କାରରେ ତିନି  ଜଣ ଯାତ୍ରୀ ଥିବାବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।