Odia News Portal

BMC ଏବଂ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ସ୍ମାଇଲ୍ ର କରୋନା ପ୍ରତିରୋଧ ଅଭିଯାନ

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ଭୁବନେଶ୍ୱର ମହାନଗର ନିଗମ ଏବଂ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ସ୍ମାଇଲ୍ ର ମିଳିତ ଆନୁକୁଲ୍ୟରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ୟୁନିଟ୍ ୩ ସ୍ଥିତ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ହୋଇଥିବା ଉକ୍ତ ବୈଠକରେ ଜୋନାଳ୍ ଡେପୁଟି କମିଶନର ଅଂଶୁମାନ ରଥ ଏବଂ ରୋଟାରିଆନ୍ ଶିବବ୍ରତ ଦାସ୍‌- ଡିଷ୍ଟ୍ରିକ୍ଟ୍‌, ଗର୍ଭନର୍ ଉପସ୍ଥିତ ରହି ପ୍ରାୟ ୪୦ ଜଣ ସ୍ଥାନୀୟ ବୁ୍‌ଦ୍ଧିଜୀବଙ୍କ ସହିତ କରୋନା ନିୟନ୍ତ୍ରଣ ବାବଦାର ଆଲୋଚନାମାନ କରିଥିଲେ । ମୌଳିକ ନିୟମ ମାନିବା ଯଥା: ମାସ୍କ, ସାମାଜିକ ଦୂରତା ଏବଂ ପରିଚ୍ଛନ୍ନତା ରକ୍ଷାକୁ ଗୁରୁତ୍ୱ ଦେବାର ଅଭ୍ୟାସ ନାଗରିକ, ଗରାଖ ଏବଂ ବ୍ୟବସାୟୀ ଏହିପରି ସମସ୍ତେ କରିପାରିଲେ ସାମୂହିକ ଉଦ୍ୟମରେ କୋଭିଡ୍‌-୧୯ର ମୁକାବିଲା ହୋଇପାରିବ ବୋଲି କହିଥିଲେ ରୋଟାରିଆନ୍ ଲଳିତେନ୍ଦୁ ମହାନ୍ତି ।

ବର୍ତମାନର କରୋନା ସଂକ୍ରମଣ ସ୍ଥିତିକୁ ମୁକାବିଲା କରିବାରେ ସରକାରୀ ପ୍ରଚେଷ୍ଟା ସହିତ ନାଗରିକ ମାନଙ୍କର ସକ୍ରିୟ ଯୋଗଦାନ ନିହାତି ଦରକାର । ଜୀବନ ଜୀବିକା ଯୁଦ୍ଧରେ ଏବଂ ସରକାରଙ୍କ ଅନ୍‌ଲକ୍ ପ୍ରକ୍ରିୟାରେ ଆମକୁ ଜିତିବାକୁ ହେବ ବୋଲି କହିଥିଲେ ରୋଟାରିଆନ୍ ବିଭୁତିଭୁଷଣ କର । ପ୍ରତ୍ୟେକ ସଚେତନ ନାଗରିକ, ଆବାସିକ କଲ୍ୟାଣ ସଂଘ, ବସ୍ତି ସଂଗଠନ, ଯୁବ ସଂଘ, କ୍ଲବ୍‌, ପୂଜା କମିଟି, ଧର୍ମାନୁଷ୍ଠାନ, ମହିଳା ମହାସଂଘ ବା ଏ ଏଲ୍ ଏଫ୍‌, ବ୍ୟବସାୟ ସଂଗଠନ, ଶିଳ୍ପାନୁଷ୍ଠାନ, କାର୍ଯ୍ୟକ୍ଷେତ୍ର, କାର୍ଯ୍ୟାଳୟ ଏବଂ ଅନ୍ୟ ସମସ୍ତ ଅନୁଷ୍ଠାନଏଦିଗରେ ଆଗେଇ ଆସିବାକୁ ସମସ୍ତେ ଛେଷ୍‌ଟାକରନ୍ତୁ ।ସେମାନେ ଏହି କରୋନା ସଂକ୍ରମଣ ପ୍ରତିରୋଧରେ ସହଯୋଗ କରନ୍ତୁ । ଏହା ଆମ ଭୁବନେଶ୍ୱର ପାଇଁ ସୁସ୍ଥ ବାତାବରଣ ଆଣିଦେଉ କହିଥିଲେ ଡେପୁଟି କମିଶନର ଆଶୁମାନ ରଥ ।

ଡେପୁଟି କମିଶନର ପୁରନ୍ଦର ନନ୍ଦ କହିଲେଯେ, ନିଜର କରୋନା ସ୍ଥିତି ଜାଣିବା ପାଇଁ ଆଖପାଖ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅନ୍ୟାନ୍ୟ ସ୍ଥାନରେ ସରକାରଙ୍କ ଦ୍ୱାରା ମାଗଣାରେ ଉପଲବ୍ଧ କୋଭିଡ଼୍ ଟେଷ୍ଟ କରାଇ ନିଅନ୍ତୁ । ଏଥିପାଇଁ ଭୟ କରନ୍ତୁ ନାହିଁ । ଏହାଦ୍ୱାରା ଆପଣ ନିଜକୁ ସୁରକ୍ଷିତ ରଖିବା ସହିତ କରୋନା ସଂକ୍ରମଣ ପ୍ରତିରୋଧ କରିବାରେ ସହଯୋଗ କରୁଛନ୍ତି ବୋଲି ଜାଣି ରଖନ୍ତୁଏବଂ ଏହି ବାର୍ତା ଅ୍ରନ୍ୟମାନଙ୍କୁ ଜଣାନ୍ତୁ ।
ଆପଣଙ୍କ ପାଖ ପଡ଼ୋଶୀରେ କୋଭିଡ଼୍‌-୧୯ ଜନିତ ଗୃହ ସଂଗରୋଧ ବ୍ୟକ୍ତି ବା ପରିବାରକୁ ଅତ୍ୟାବଶ୍ୟକୀୟ ଜିନିଷ ଯୋଗାଇବାରେ ସହଯୋଗ କରନ୍ତୁ । ସେମାନଙ୍କୁ ଘୃଣା ଚକ୍ଷୁରେ ଦେଖନ୍ତୁ ନାହିଁ, କହିଥିଲେ ଡେପୁଟି କମିଶନର ଦେବାଶିଷ ସାହୁ ।
ରୋଟାରିଆନ ଶୁଭକାନ୍ତ ସାମନ୍ତ ସିଂହାର ଏହି ଆୟୋଜନ ନିମନ୍ତେ ବି ଏମ୍ ସି ଏବଂ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ସ୍ମାଇଲ୍ ର ମିଳିତପ୍ରଚେଷ୍ଟା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ