Odia News Portal

ଢେଙ୍କାନାଳ ସମବାୟ ସମିତି ସହ ନିବନ୍ଧକଙ୍କ ଘରେ ଭିଜିଲାନ୍ସ ରେଡ୍‌

ଢେଙ୍କାନାଳ : ଢେଙ୍କାନାଳ ସମବାୟ ସମିତି ସହ ନିବନ୍ଧକଙ୍କ ଘରେ ଭିଜିଲାନ୍ସ ରେଡ୍‌ । ସମବାୟ ସମିତି ସହ ନିବନ୍ଧକ ବିଦ୍ୟାଧର ବେହେରାଙ୍କ ଘରେ ଭିଜିଲାନ୍ସର ଟିମ୍‌ର ଚଢାଉ  । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଛି । ଏକକାଳୀନ ୩ଟି ସ୍ଥାନରେ ଚଢାଉ ହେଉଛି । ପୈତୃକ ଘର, ବାସଭବନ ସମେତ କାର୍ଯ୍ୟାଳୟ ଚଢାଉ ଚାଲିଛି।

ସୂଚନା ଥାଉକି, ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରପାଳିକା କାର୍ଯ୍ଯନିର୍ବାହି ଅଧିକାରୀଙ୍କ ଘରେ ମଧ୍ଯ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି।  ଆଜି ସକାଳୁ ଝାରସୁଗୁଡା ମଙ୍ଗଲବଜାରରେ ଥିବା ତାଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଏଥିସହ ତାଙ୍କର ପୈତୃକ ଘର, ସୁନ୍ଦରଗଡ ଜିଲ୍ଲା କାଲୋ ବହାଲ ଏବଂ ବ୍ରଜରାଜନଗରର କାର୍ଯ୍ଯାଳୟରେ ରେଡ୍ ଚାଲୁ ରହିଛି।