Odia News Portal

ଏଣିକି ଏହି ଖେଳାଳୀମାନଙ୍କୁ ମଧ୍ୟ ମିଳିବ ସରକାରୀ ଚାକିରୀ

ନୂଆଦିଲ୍ଲୀ : ଭିନ୍ନ ଭିନ୍ନ ସ୍ପୋର୍ଟ୍ସର ଖେଳାଳୀଙ୍କ ପାଇଁ ଏବେ ସରକାରୀ ଚାକିରୀ ପାଇବା ସହଜ ହେବ । କେନ୍ଦ୍ର ସରକାର ନିୟମରେ କିଛି ପରିବର୍ତ୍ତନ ଆଣି ସ୍ପୋର୍ଟ୍ସ କାଟାଗୋରୀକୁ ଅଧିକ ବ୍ୟାପକ କରିଦେଇଛନ୍ତି । କେନ୍ଦ୍ରୀୟ କାର୍ମିକ ମନ୍ତ୍ରାଳୟ ମଙ୍ଗଳବାର ଜାରି ଏକ ଆଦେଶରେ କହିଛି ଯେ କେନ୍ଦ୍ର ‘ସି’ ସ୍ତରର ସରକାରୀ ପଦରେ ଉତ୍ତମ ଖେଳାଳୀଙ୍କୁ ସିଧା ଭର୍ତ୍ତି କରିବା ପାଇଁ ତାରିକାରେ ଅତିରିକ୍ତ ୨୦ ଖେଳ ସାମିଲ କରିଛି ।

ସୂଚନା ଅନୁସାରେ କେନ୍ଦ୍ର ସରକାର ଦଉଡି ଭିଡା(tug of war), ମଲ୍ଲଖମ୍ବ ଓ ପାରା ସ୍ପୋର୍ଟ୍ସ(ପାରା ଅଲମ୍ପିକ୍ ଓ ପାରା ଏସିଆନ୍ ଗେମ୍ସରେ ସାମିଲ ଖେଳ)କୁ ନିଜ ତାଲିକାରେ ସ୍ଥାନିତ କରିଛନ୍ତି । ଏହା ବ୍ୟତୀତ ପ୍ରଥମ ଥର ବେସବଲ, ରଗବୀ ଓ ବାସ୍କେଟବଲର ଖେଳାଳୀଙ୍କୁ ମଧ୍ୟ ସିଧା ସରକାରୀ ଚାକିରୀ ମିଳିବ ।

କାର୍ମିକ ମନ୍ତ୍ରାଳୟର ଆଦେଶରେ କୁହାଯାଇଛି କି ‘ଖେଳ ବିଭାଗର ସୁପାରିଶକୁ ସ୍ୱୀକାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।’ ଆଦେଶରେ କୁହାଯାଇଛି ଯେ ଭାରତ ସରକାରଙ୍କ ଦ୍ୱାରା ଖେଳାଳୀଙ୍କୁ ଭର୍ତ୍ତି ଉଦ୍ଦେଶ୍ୟରେ ଖେଳ ସୂଚୀକୁ ସଂଶୋଧିତ କରାଯାଇଛି । ଏଥିରେ ଏବେ ୬୩ ଖେଳ ସାମିଲ ହୋଇଛି । ନିର୍ଦ୍ଦେଶ ଅନୁସାରେ ଯେଉଁ ଖେଳାଳୀମାନେ ଏହି ୬୩ ଖେଳ ସୂଚୀରେ କୌଣସି ବି ଜାତୀୟ କିମ୍ବା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ କୌଣସି ବି ରାଜ୍ୟ ବା ଦେଶର ପ୍ରତିନିଧିତ୍ୱ କରିଥିବେ ସେମାନେ ଗ୍ରୁପ ସି ସ୍ତରର ପଦ ପାଇଁ ଉପଯୁକ୍ତ ପାତ୍ର ହେବେ । ଯେଉଁ ଖେଳାଳୀ ଜାତୀୟ ଶାରିରୀକ ଦକ୍ଷତା ଅଭିଯାନ ଅନୁସାରେ, ଶାରିରୀକ ଦକ୍ଷତା ପୁରସ୍କାରରେ ସମ୍ମାନିତ ହୋଇଥିବେ ସେମାନେ ମଧ୍ଯ ଏହି ପଦରେ ନିଯୁକ୍ତ ହୋଇପାରିବେ ।