Odia News Portal

ଓଡ଼ିଶାରେ ବଦଳୁଛି ରାଜନୀତିର ମିଜାଜ : ୫ମ ଥର ମଧ୍ୟ ବିଜେଡି ସରକାର,୨୪ରେ ଝାରସୁଗୁଡା,୨୫ରେ ପୁରୀ ଓ ୨୭ରେ ଗଞ୍ଜାମ ସମାବେଶ

ଭୁବନେଶ୍ବର: ବଦଳୁଛି ରାଜ୍ୟ ରାଜନୀତିର ମିଜାଜ । କିଏ କାହାକୁ ଇଞ୍ଚେ ଛାଡିବା ମୁଡରେ ନାହାଁନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ଆସନ୍ତା ସାଧାରଣ ନିର୍ବାଚନରେ ତାଙ୍କ ଦଳ ଭଲ ପ୍ରଦର୍ଶନ କରିବ । ଅର୍ଥାତ ଦଳ ୫ମ ଥର କ୍ଷମତାକୁ ଆସିବ ବୋଲି ନବୀନ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । କ୍ଷମତାରେ ଥିବାରୁ ବିଜେଡି ଅପର-ହ୍ୟାଣ୍ଡରେ ଅଛି । ସେଥିପାଇଁ ଉଭୟ ବିଜେପି ଓ କଂଗ୍ରେସକୁ କାଉଣ୍ଟର କରି କାର୍ଯ୍ୟକ୍ରମ କରୁଛି ବିଜେଡି । ମୋଦିଙ୍କ ଗସ୍ତ ବେଳେ ନବୀନ ସମାନ୍ତରାଳ କାର୍ଯ୍ୟକ୍ରମ କରୁଥିଲେ ଏବେ ରାହୁଲ ଗାନ୍ଧିଙ୍କ ଗସ୍ତ ସମୟରେ ମଧ୍ୟ ପୁଣି ସେହି ଷ୍ଟ୍ରାଟାଜି। କଂଗ୍ରେସରୁ ଗୋଟିଏ ପରେ ଗୋଟିଏ ନେତାଙ୍କୁ ଆଣି ବିଜେଡିରେ ମିଶାଇ ଚାଲିଛି ଦଳରେ । ଆଜି ଏହିକ୍ରମରେ ମିଶିଛନ୍ତି ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥି ହୋଇଥିବା ପ୍ରଣୟ ସାହୁ ।