Odia News Portal

ସରିଲା ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ, ୪ ଘଣ୍ଟାରେ ୧୦୦ ପ୍ରଶ୍ନ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାକୁ ନେଇ ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି । ଆଜି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକସନ ଟେଷ୍ଟ କରାଯାଇଛି । ଏହି ଟେଷ୍ଟ ପ୍ରାୟ ୪ ଘଣ୍ଟା କାଳ ଚାଲିଥିଲା । ଭୁବନେଶ୍ୱରର ରସୁଲଗଡ ଫରେନସିକ୍ ଲ୍ୟାବରେ ହୋଇଥିବା ବିଦ୍ୟାଭାରତୀଙ୍କ ଲାଏ ଡିଟେକସନ ଟେଷ୍ଟରେ କ୍ରାଇମବ୍ରାଂଚର ୨ଟି ଟିମ ସାମିଲ ଥିଲେ । ୧୦୦ରୁ ଅଧିକ ପ୍ରଶ୍ନ ବିଦ୍ୟାଭାରତୀଙ୍କୁ ପଚରାଯାଇଥିବା ଜଣାପଡିଛି । ଗତ ଶନିବାର ଦିନ ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟାଙ୍କ ଲାଏ ଡିଟେକସନ ଟେଷ୍ଟ୍ କରାଯାଇଥିଲା ।
ଏ ବର୍ଷ ଜୁଲାଇ ୧୬ ତାରିଖ ରାତିରେ ସୌମ୍ୟଙ୍କ ଦେହରେ ନିଆଁ ଲାଗିଯାଇଥିଲା । ୧୩ ତାରିଖରେ ଗୁୁରୁତର ଅବସ୍ଥାରେ କଟକର ଏକ ଘରୋଇ ମେଡିକାଲରେ ସୌମ୍ୟଙ୍କ ଦେହାନ୍ତ ହୋଇଯାଇଥିଲା । ପ୍ରଥମେ ପାରଳାଖେମୁଣ୍ଡି ପୋଲିସ ଘଟଣାର ତଦନ୍ତ କରୁଥିଲା । ପରେ କ୍ରାଇମବ୍ରାଂଚକୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ସୌମ୍ୟଙ୍କ ପରିବାର ଡିଏଫଓ ଓ ବିଦ୍ୟାଭାରତୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛନ୍ତି ।