Odia News Portal

ପିପିଲି ଜନାଦେଶ: ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ବିଜେଡି

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ଆଜି ଚାଲିଛି ଭୋଟ ଗଣତି । ବିଜେପି ଏବଂ ବିଜେଡି ମଧ୍ୟରେ ଚାଲିଛି କଡା ଟକ୍କର । ତେବେ ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଆଗରେ ରହିଛି ବିଜେଡି । ୩ୟ ରାଉଣ୍ଡ ଶେଷ ସୁଦ୍ଧା ୫ହଜାର ୪୪ ଭୋଟରେ ଆଗରେ ରହିଛନ୍ତି ରୁଦ୍ର । ତେବେ ୩ୟ ଶେଷ ସୁଦ୍ଧା ବିଜେଡି ୧୩,୬୧୧ ଖଣ୍ଡ ପାଇଥିବା ବେଳେ ବିଜେପିକୁ ମିଳିଛି ୮ହଜାର ୫୬୭ ଏବଂ ତୃତୀୟ ସ୍ଥାନରେ ରହିଛି ୧୧୮୦ ଖଣ୍ଡ ଭୋଟ ପାଇଛି । ତେବେ କିଏ ଜିତିବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।