Odia News Portal

ଥାନା ସାମ୍ନାରେ ବିଜେପି କର୍ମୀଙ୍କ ହଙ୍ଗାମା

ସମ୍ବଲପୁର: ଚାଷୀ ସମସ୍ୟା ନେଇ ସମ୍ବଲପୁରରେ ବିଜେପି କର୍ମୀ ସମ୍ବଲପୁର ଟାଉନ୍ ଥାନାର ଫାଟକ ଭାଙ୍ଗି ଧସେଇ ପଶିବାରୁ ଘଟଣାସ୍ଥଳରେ ଉତ୍ତେଜନା । ତେବେ ବିଜେପି ମହିଳା କର୍ମୀ ଘଟଣାସ୍ଥଳରେ ଢେଲା ପଥର ମାଡ଼ କରିଛନ୍ତି ।ଏନେଇ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି |ଏହି ଘଟଣାରେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଛି |

ସୂଚନା ଅନୁଯାୟୀ, ଆରଡିସି ସେମାନଙ୍କୁ ନଭେଟିବା ଓ ଦାବିପତ୍ର ଗ୍ରହଣ ନକରିବା ପ୍ରତିବାଦରେ ଗିରଫ ହୋଇ ଆସିଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିଜେପି ସହ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ବିଜୟପାଲ୍ ସିଂହ ତୋମାର, ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସମେତ ବିଜେପି ନେତୃବୃନ୍ଦଙ୍କ ସହ ବହୁ ନେତା ଓ କର୍ମୀ ସମ୍ବଲପୁର ଟାଉନ୍ ଥାନାରେ ଧାରଣାରେ ବସି ରହିଥିଲେ । ଆରଡିସି ଆସି ତାଙ୍କ ସହ ଆଲୋଚନା ନ କରିବା ପର୍ଯ୍ୟନ୍ତ ସେମାନେ ଥାନା ସମ୍ମୁଖରୁ ଉଠିବେ ନାହିଁ ବୋଲି ଜିଦରେ ଅଟଳ ବିଜେପି ।