Odia News Portal

ମଣ୍ଡି ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

ଭୁବନେଶ୍ୱର: ଚାଷୀଙ୍କ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ମଣ୍ଡି ଓ ଟୋକେନ ସମସ୍ୟା ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ମଣ୍ଡି ଓ ଯୋଗାଣ ଅଫିସ ଆଗରେ ଧାରଣା ଦେବା ସହ ରାସ୍ତାରୋକ କରିଛନ୍ତି କର୍ମୀ । କଟକ ବାଲିକୁଦା ଗୋପାଳପୁର ଛକରେ ଏନଏଚ-୧୬ ଅବରୋଧ କରିଛନ୍ତି ବିଜେପି କର୍ମୀ । ସେପଟେ ଧର୍ମଗଡ଼ ଏନଏଚ-୨୬ ହାତୀନଦୀ ପୋଲି ଉପରେ ବସିଛନ୍ତି କର୍ମୀ । ବିନିକାର ଚେରୁପାଲି ନିକଟରେ ବଲାଙ୍ଗୀର-ବରଗଡ଼ ମୁଖ୍ୟରାସ୍ତା ଅବରୋଧ । ରବିଧାନ ବିକ୍ରି ପୂର୍ବରୁ ମଣ୍ଡି ବନ୍ଦ ପ୍ରତିବାଦରେ ସମ୍ବଲପୁରରେ ବିଜେପି କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି ।

ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ବିଜେପି କର୍ମୀଙ୍କ ବିକ୍ଷୋଭ ଦେଖିବାକୁ ମିଳିଛି । ଜୟପୁର ଆମଗୁଡ଼ା ନିକଟରେ ଏନଏଚ ୨୬କୁ ଅବରୋଧ କରାଯାଇଛି । ପିପିଲି ଟୋଲ ଗେଟ୍ ନିକଟରେ ଭୁବନେଶ୍ୱର-ପୁରୀ ରାସ୍ତା ଅବରୋଧ କରାଯାଇଛି ।