Odia News Portal

ବରିଷ୍ଟ ବିଜେଡ଼ି ନେତା କଳ୍ପତରୁ ଦାସଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକରେ ରକ୍ତଦାନ ଶିବିର

ଯାଜପୁର: ବରିଷ୍ଟ ବିଜେଡି ନେତା ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ପଦ ତୁଲାଇଥିବା ଜନନାୟକ କଳ୍ପତରୁ ଦାସଙ୍କ ଆଜି ହେଉଛି ଷଷ୍ଠ ଶ୍ରାଦ୍ଧ ବାର୍ଷିକ । ଏହି ଅବସରରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୬ଟି ସ୍ଥାନରେ ଆୟୋଜନ କରାଯାଇଛି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର । ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁର ମିଳିତ ଉଦ୍ୟମରେ ଏହି ଶିବିରଟି ଆୟୋଜନ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ଯୁବତୀମାନେ ଆସି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।

ଦିବଙ୍ଗତ ନେତା କଳ୍ପତରୁ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ପ୍ରଦୀପ ପ୍ରଜୋଳନ କରିବା ପରେ ଆରମ୍ଭ ହୋଇଥିଲା ରକ୍ତଦାନ । ଏହି ଅବସରରେ ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାପତି ସ୍ନେହାଙ୍ଗିନୀ ଛୁରିଆ, ବିଜୁ ଯୁବ ଜନତା ଦଳ ସଭାପତି ବ୍ୟମକେଶ ରାୟ, ଯାଜପୁର ଜିଲ୍ଲାର ପୂର୍ବତନ ସାଂସଦ ରୀତା ତରାଇ, ବିଧାୟକ ସଞ୍ଜିବ ମଲ୍ଲିକ, କୋରେଇ ବିଧାୟକ ଅଶୋକ ବଳ, ଧର୍ମଶାଳା ବିଧାୟକ ପ୍ରଦୀପ ବଳବନ୍ତରାୟ, ବିଜୁ ମହିଳା ଜନତା ଦଳର ଯାଜପୁର ସଭାପତି ସବିତା ରାଉତ ଏବଂ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ ।