Odia News Portal

ଧର୍ମାନୁଷ୍ଠାନ ଖୋଲିବା ନେଇ ବିଏମସି କମିଶନର ପ୍ରେମଚନ୍ଦ୍ରଙ୍କ ପ୍ରତିକ୍ରିିୟା

ଭୁବନେଶ୍ୱର()  ନଭେମ୍ବର ପାଇଁ ଆଜି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଗାଇଡଲାଇନ୍ ଆସିବା ପରେ ଧର୍ମାନୁଷ୍ଠାନ ଖୋଲିବା ନେଇ ସ୍ଥାନୀୟ ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି । ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ନିଜର ପ୍ରତିକ୍ରିିୟା ଦେଇଛନ୍ତି । ସେ କହିଛନ୍ତି ଯେ, ‘ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇନି । ମନ୍ଦିର ଟ୍ରଷ୍ଟ, ସେବାୟତ ଓ ଲୋକଙ୍କ ମତାମତ ପ୍ରଥମେ ନିଆଯିବ । ଭୁବନେଶ୍ୱରରେ ସଂକ୍ରମଣ କମିଛି, ତଥାପି ବାହାରୁଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅନୁମତି ନିହାତି ଜରୁରୀ । ମତାମତ ପରେ ଆସନ୍ତା ସପ୍ତାହରେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ ।’

ଅନ୍ୟପଟେ ସ୍କୁଲ ଖୋଲିବା ସମ୍ପର୍କରେ କମିଶନର କହିଛନ୍ତି ଯେ, ‘ସ୍କୁଲ ଓ ଗଣଶିକ୍ଷା ବିଭାଗର ଗାଇଡଲାଇନ୍ ଅନୁସାରେ ନିଷ୍ପତ୍ତି ନିଆଯିବ ।