Odia News Portal

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ

ଭୁବନେଶ୍ୱର() 2020 21 ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ। ବଜେଟରେ 11 ହଜାର 200 କୋଟି ଟଙ୍କାର ବ୍ୟୟ ବରାଦ ରହିଛି। କୋଭିଡର ଗମ୍ଭୀର ପରିସ୍ଥିତି ରେ ଜୀବନ ଓ ଜୀବିକା କୁ ବେଶ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ କ୍ଷେତ୍ରରେ 1768 କୋଟି 77 ଲକ୍ଷ ବ୍ୟୟବରାଦ ହୋଇଥିବା ବେଳେ ପଞ୍ଚାୟତିରାଜ ବିଭାଗକୁ 2046 କୋଟି 11 ଲକ୍ଷ ଅର୍ଥ ବରାଦ କରାଯାଇଛି। ଅର୍ଥ ବିଭାଗ କୁ 2363 କୋଟି ବ୍ୟୟ ବରାଦ ରଖାଯାଇଛି। ଖାଦ୍ୟ ସୁରକ୍ଷା ବିଭାଗ ପାଇଁ 1078 କୋଟି 30 ଲକ୍ଷ, ଶକ୍ତି ବିଭାଗକୁ 956 କୋଟି ବ୍ୟୟ ବରାଦ କରାଯାଇଛି। ବିପର୍ଯ୍ୟୟ ପରିଚାଳନା ପାଇଁ 1484 କୋଟି 22 ଲକ୍ଷ ବରାଦ କରାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ର ଗ୍ରାମୀଣ ରୋଜଗାର ଜୀବିକା ଖାଦ୍ୟ ନିରାପତ୍ତା ଶିକ୍ଷା କ୍ଷେତ୍ର, ମସ୍ଚୟ ପଶୁସମ୍ପଦ ବିକାଶ କ୍ଷେତ୍ର, ଏମ ଏସ ଏମ ଇ , ହସ୍ତତନ୍ତ ବୟନଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। କୋଭିଡ ମହାମାରୀ ପାଇଁ ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପଡିଛି। ଚଳିତ ଆର୍ଥିକ ବର୍ଷର 6 ମାସ ଶେଷ ସୁଦ୍ଧା କେନ୍ଦ୍ରୀୟ ହସ୍ତାନ୍ତର ବା ସେଣ୍ଟ୍ରାଲ ଟ୍ରାନ୍ସସଫର କମିଯାଇଥିବାରୁ ରାଜସ୍ବ ପ୍ରାପ୍ତି 6. 5 ପ୍ରତିଶତ କମିଛି। ଏହା ସତ୍ତ୍ୱେ ରାଜ୍ୟର ନିଜସ୍ୱ ରାଜସ୍ବ 1.7 ପ୍ରତିଶତ ବୃଦ୍ଧି ପାଇଛି। 2020 ମସିହା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜସ୍ବ ବଳକା 6790 କୋଟି ଟଙ୍କା ରହିଛି। ସମୁଦାୟ ଋଣ ଭାର 97 ହଜାର 823 କୋଟି ଟଙ୍କା ରହିଛି। ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ ର 16. 4 ପ୍ରତିଶତ।