Odia News Portal

ଭୁଶୁଡ଼ିଲା କୋଲାବ ମୁଖ୍ୟ କେନାଲ ବନ୍ଧ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହର ଏକତାଗୁଡ଼ା ଦେଇ ଯାଇଥିବା ଅପର୍ କୋଲାବ ମୁଖ୍ୟ କେନାଲ ବନ୍ଧ ଗତ ରାତିରେ ଭୁଶୁଡ଼ି ଯାଇଛି। ଫଳରେ ବ୍ୟାପକ ଅଞ୍ଚଳର ଚାଷ ଜମିରେ ପାଣି ପଶି ଯାଇଛି । ଗତକାଲି ରାତିରେ ହଠାତ୍ କେନାଲରେ ପାଣି ମାଡିଆସିବା ପରେ କେନାଲ ବନ୍ଧ ଭାଙ୍ଗି ଯାଇଥିଲା ।

ସୂଚନାନୁଯାୟୀ, ଘଟଣାସ୍ଥଳରେ ଗତକାଲି ରାତିରେ ଜୟପୁର ବିଧାୟକ ପହଞ୍ଚିଥିଲେ । ଏହାପରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନ ଥିଲେ। ପ୍ରାୟ ୩ରୁ ୪ ଘଣ୍ଟା ପାଣି ମାଡ଼ିବା ପରେ କେନାଲକୁ ବନ୍ଦ କରି ଦିଆଯାଇଛି। ଫଳରେ କେନାଲ ପାଣି ଗାଁରେ ନ ପଶି ଚାଷ ଜମିରେ ମାଡ଼ିଥିଲା। ଏଥିଯୋଗୁ ଏକର ଏକର ଚାଷ ଜମି ଜଳମଗ୍ନ ରହିଛି। କିପରି ଭାବେ ବନ୍ଧ ଭାଙ୍ଗିଲା ସେ ନେଇ ଅନୁଧ୍ୟାନ କରାଯାଉଛି । ତେବେ ଏହି କେନାଲଟି ବହୁ ପୁରୁଣା ହୋଇଥିବା ବେଳେ ଏହାର ପୁନରୁଦ୍ଧାର ନିମନ୍ତେ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାକୁ ଚଳୁ କରାଯାଇଥିବା ଅଭିଯୋଗ ହୋଇଛି। ଫଳରେ କେନାଲ ଟି ଦୁର୍ବଳ ଥିବା ଯୋଗୁଁ ଭୁଶୁଡ଼ି ଯାଇଥିବା ଆଲୋଚନା ହେଉଛି।