Odia News Portal

ରାଜଧାନୀରେ ଫୁଟିଲା ଗୁଳି: ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକକୁ ଏନକାଉଣ୍ଟର

ରାଜଧାନୀର ରାଜରାସ୍ତାରେ ଫୁଟିଲା ଗୁଳି । ବରମୁଣ୍ଡା ହାଉସିଂ ପଡିଆରେ ପୋଲିସ ଏନକାଉଣ୍ଟର କରିଛି । ଦୁର୍ଦ୍ଦାନ୍ତ ଅପରାଧି ଚକରା ବାରିକ ଆହତ ହୋଇଛି । ଚକରା ସହ ୬ରୁ ୭ ହାର୍ଡକୋର ଅପରାଧି ଏକାଠି ହୋଇ ଲୁଟ ପ୍ଲାନ‌ ବେଳେ ଚେକମେଟ ଦେଲା ପୋଲିସ । ବନ୍ଧୁକ ଗୁଳି ଗୋଳା ଓ ହାତବୋମା ଧରି ବାହାରୁଥିବା ଅପରାଧିର ଡାହାଣ ଗୋଡରେ ବାଜିଲା ଗୁଳି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ହୋଇଥିବା ନେଇ ସୂଚନା ।

କମିଶନରେଟ ପୋଲିସର ସୂଚନା ମୁତାବକ, ନିଜକୁ ବଞ୍ଚାଇବାକୁ ଯାଇ ପ୍ରଥମେ ଲୁଟେରାମାନେ ପୋଲିସ ଉପରକୁ ଛେଲରା ଓ ବୋମାମାଡ କରିଥିଲେ । ଗୋଟେ ଥରରେ ଛେଲରା ୫ରୁ ୬ରାଉଣ୍ଡ ପୋଲିସ ଉପରକୁ ଫାୟାର‌ିଂ ହୋଇଥିଲା । ପରେ ଚେକମେଟ ଦେବା ପାଇ କମିସନରେଟ ପୋଲିସର‌ ସ୍ପେଶାଲ ସ୍କ୍ବାଡ ପାଲଟା ଜବାବରେ ଗୁଳିମାଡ କରିଥିଲା । ପୋଲିସର ୪ରୁ ୫ରାଉଣ୍ଡ ପରେ ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଚକରା ଗୋଡରେ ଡାହାଣ ଗୋଡରେ ବାଜିଥିଲା ଗୁଳି । ପରେ ଅନ୍ୟମାନେ ସେଠାରୁ ଖସି ପଳାଇଥିଲେ ।ତେବେ ପୁର୍ବରୁ ୨୦୧୯ ଭରତପୁର ଏନକାଉଣ୍ଟର ହୋଇଥିବା ରବି‌ ରାଓର ସହଯୋଗୀ ଥିଲା ଚକରା । ଉଭୟେ ଏକ ଗ୍ୟାଙ୍ଗ ତିଆରି କରି ଏପରି ବନ୍ଧୁକ ମୁନରେ ଲୁଟପାଟ ଠାରୁ ଆରମ୍ଭ କରି ଛିନତାଇ କରି ଆତଙ୍କ ଖେଳାଇଥିଲା । ଏନେଇ ଚକରା ବାରିକର କ୍ରାଇମ ହିଷ୍ଟ୍ରି ଖୋଜିବା ସହ ଅନ୍ୟ ଅପରାଧିଙ୍କ ସୁରାକ ଖୋଜୁଛି ପୋଲିସ । ଏହି ଘଟଣାପରେ ସହର ଭିତରେ ଏଭଳି ଉତ୍‌ପାତ କରୁଥିବା କ୍ରିମିନାଲଙ୍କ ମଧ୍ୟରେ ଭୟ ସୃଷ୍ଟି ହେବ । ସହରରେ ବଢୁଥିବା କ୍ରାଇମରେ ଏକ ପ୍ରକାର ବ୍ରେକ ଲାଗିବ ବୋଲି ଅନୁମାନ କରାଯାଉଛି । ସେପଟେ ଲୁଟେରାଙ୍କୁ ଚେକମେଟ୍‌ ପାଇଁ କମିଶନରେଟ ପୋଲିସ ଭଳି ଦକ୍ଷ ଅଫିସର ୬ରୁ ୭ଜଣଙ୍କୁ କାବୁ କରିନପାରି ଏପରି ଏନକାଉଣ୍ଟରକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସାଧାରଣ ଲୋକେ ।