Odia News Portal

୪ ମେ’ରୁ ସିବିଏସଇ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ମେ’ ୪ ରୁ ସିବିଏସଇ ବୋର୍ଡ ପରୀକ୍ଷା । ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ । ଏହାସହ ଜୁନ୍ ୧୦ ସୁଦ୍ଧା ପରୀକ୍ଷା ସାରିବାକୁ ଲକ୍ଷ୍ୟ ରହିଛି । ତେବେ ମାର୍ଚ୍ଚ ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ କରିବାକୁ ଘୋଷଣା ହୋଇଛି । ସେହିପରି ଜୁଲାଇ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରାୟ ୩୦ ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ବୋର୍ଡ ପରୀକ୍ଷା ଦେବେ । ଆଜି ତାରିଖ ଘୋଷଣା ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଟ୍ୱିଟ କରି ପୂର୍ବରୁ ସୂଚନା ଦେଇଥିଲେ ।