Odia News Portal

ସୂର୍ଯ୍ୟ, ତେଓ୍ୱତିଆ ଓ କିଷାନଙ୍କୁ ସୁଯୋଗ

ନୂଆଦିଲ୍ଲୀ : ବାରମ୍ବାର ଭଲ ପ୍ରଦର୍ଶନ କରିଆସୁଥିଲେ ବି ଜାତୀୟ ଦଳରେ ସ୍ଥାନ ପାଇପାରୁନଥିବା ସୂର୍ଯ୍ୟକୁମାର ଯାଦବଙ୍କ ସ୍ବପ୍ନ ପୂରଣ ହୋଇଛି । ଆଗାମୀ ଇଂଲଣ୍ଡ ବିପକ୍ଷ ଟି-20 ସିରିଜ ପାଇଁ ବିସିସିଆଇ ଆଜି ଭାରତୀୟ ଦଳ ଘୋଷଣା କରିଥିବାବେଳେ ସୂର୍ଯ୍ୟକୁମାର ସ୍ଥାନ ପାଇଛନ୍ତି। ବିସିସିଆଇ ଆଜି 20 ଜଣିଆ ଖେଳାଳି ତାଲିକା ପ୍ରକାଶ କରିଛି ଯେଉଁଥିରେ କିଛି ନୂଆ ଚେହେରା ମଧ୍ୟ ସାମିଲ ରହିଛି । 2020 ଆଇପିଏଲ ସିଜିନରେ ଦମଦାର ପ୍ରଦର୍ଶନ କରିଥିବା ସୂର୍ଯ୍ୟକୁମାରଙ୍କ ଛଡ଼ା ରାହୁଲ ତେଓ୍ୱତିଆ ଓ ଇଶାନ୍ କିଷାନଙ୍କୁ ସୁଯୋଗ ମିଳିଛି । ସେହିପରି ବହୁ ବ୍ୟବଧାନ ପରେ ଭୁବନେଶ୍ୱର କୁମାର ଟିମକୁ ପ୍ରତ୍ୟାର୍ବନ କରିଛନ୍ତି। ଇଶାନ କିଷାନ ଆଜି ବିଜୟ ହଜାରେ ଟ୍ରଫିରେ 173 ରନର ବିସ୍ଫୋରକ ଇଂନିସ ଖେଳିବା ପରେ ତାଙ୍କୁ ସରପ୍ରାଇଜ୍ ପ୍ୟାକେଜ ମିଳିଛି ।

ବିସିସିଆଇ ପକ୍ଷରୁ ଆଜି ରାତିରେ ଦଳ ଘୋଷଣା କରାଯାଇଛି । ପୂର୍ବପରି ବିରାଟ ଦଳର ମଙ୍ଗ ଧରିଥିବା ବେଳେ ରୋହିତ ଉପ-ଅଧିନାୟକ ଦାୟିତ୍ୱ ତୁଲାଇବେ। ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଟି-20 ସିରିଜରେ ସ୍ଥାନ ପାଇବା ପରେ ଆହତ କାରଣରୁ ଦଳରୁ ବାଦ ପଡ଼ିଥିବା ବରୁଣ ଚକ୍ରର୍ବୀର୍ତି ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ସେହିପରି ବୁମରା ଓ ସାମିଙ୍କୁ ବିଶ୍ରାମ ଦେଇଛି ବିସିସିଆଇ ଆହତ ଥିବା ମନୀଷ ପାଣ୍ଡେ, ସଞ୍ଜୁ ସାମସନ୍ ଓ ମୟଙ୍କ ଅଗ୍ରଓ୍ୱାଲଙ୍କ ବଦ୍ ଦିଆଯାଇଛି।

ଭାରତୀୟ ଦଳ:
ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା(ଉପ-ଅଧିନାୟକ), କେଏଲ ରାହୁଲ, ଶିଖର ଧାଓ୍ୱନ, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, ଇଶାନ୍ କିଷାନ, ୟୁଜବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ସର ପଟେଲ, ଓ୍ୱାଶିଂଟନ୍ ସୁନ୍ଦର, ରାହୁଲ ତେଓ୍ୱତିଆ, ଟି ନଟରାଜନ, ଭୁବନେଶ୍ୱର କୁମାର, ଦୀପକ ଚହର, ନବଦୀପ ସାଇନି, ଶର୍ଦୁଲ ଠାକୁର।