Odia News Portal

ବ୍ୟାଙ୍କରେ ଠକେଇ ବାପୁଜୀନଗର PNB ବ୍ୟାଙ୍କର ପୂର୍ବତନ ଚିଫ ମ୍ୟାନେଜର ଗିରଫ

ଭୁବନେଶ୍ୱର ବାପୁଜୀନଗର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ଚିଫ ମ୍ୟାନେଜର ବିରେନ୍ଦ୍ର ପଟ୍ଟନାୟକ ଗିରଫ । ବିରେନ୍ଦ୍ରଙ୍କ ସହ ତାଙ୍କର ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଦୁଇ ସହଯୋଗୀ ହେଉଛନ୍ତି ଫିଲ୍ଡ ଅଫିସର ନରେନ୍ଦ୍ର ନାୟକ ଓ ମଧ୍ୟସ୍ଥି ପ୍ରକାଶ ବେହେରା । ତିନି ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।
ଜାଲ କାଗଜପତ୍ର ଜରିଆରେ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସମସ୍ତଙ୍କୁ ଗିରଫ କରାଯାଇଛି। ଗ୍ରାହକ ଡକ୍ୟୁମେଣ୍ଟକୁ ଭିତି କରି ଟଙ୍କା ହଡପ କରିଛନ୍ତି ବ୍ୟାଙ୍କ କର୍ମଚାରୀ । ୨୦୧୭ ମସିହାରେ ଠକେଇ ହୋଇଥିବା ବେଳେ ଗତ ଡିସେମ୍ବରରେ EOW ରେ ଅଭିଯୋଗ ହୋଇଥିଲା ।