Odia News Portal

ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ

କଟକ: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ । ସେହି ଉଦ୍ଦେଶ୍ୟରେ କଟକରେ ନେତାଜୀଙ୍କ ନାମରେ ଖାନନଗରଠାରେ ପ୍ରସ୍ତାବିତ ଅତ୍ୟାଧୁନିକ ବସ୍ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ନାମିତ ହୋଇଛି ଏହି ନୂଆ ବସ୍ ଟର୍ମିନାଲ | ୧୨ ହଜାର ବର୍ଗମିଟର ଜମିରେ ୬୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ବସ୍ ଟର୍ମିନାଲ |

ଏହି ବସ୍ ଟର୍ମିନାଲରେ ୧୮୦ ବସ୍, ୨୭୫ଟି କାର ରହଣୀ ପାଇଁ ବ୍ୟବସ୍ଥା କରାଯିବ । ଏନେଇ ନେତାଜୀଙ୍କ ଜନ୍ମସ୍ଥାନ କଟକର ଓଡିଆ ବଜାରସ୍ଥିତ ଜାନକୀନାଥ ଭବନ ସକାଳୁ ସକାଳୁ ଚଳଚଞ୍ଚଳ ହୋଇ ଉଠିଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ କୈଣସି ସାଧାରଣ ବ୍ୟକ୍ତି କିମ୍ବା ନେତାମନ୍ତ୍ରୀଙ୍କୁ ନେତାଜୀ ଭବନକୁ ପ୍ରବେଶ ପାଇଁ ଅନୁମତି ମିଳିନାହିଁ ।

କେବଳ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ପ୍ରବେଶ ଅନୁମତି ମିଳିଛି । ମୁଖ୍ୟମନ୍ତ୍ରୀ ଜାନକୀନାଥ ଭବନରେ ପହଞ୍ଚି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇ ପତାକା ଉତ୍ତୋଳନ କରିଛନ୍ତି । ଏଥିସହ ନେତାଜୀଙ୍କ ସଂଗ୍ରହାଳୟ ବୁଲି ତାଙ୍କ ଜୀବନ କାହାଣୀକୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ।