Odia News Portal

ବନ୍ଧାହେଲା ଚିକୁନ୍

ଭୁବନେଶ୍ୱର: ସ୍ୱିଗିବୟ ଚିକୁନକୁ ବାନ୍ଧିଛି ପୋଲିସ । ଧଉଳୀ ଥାନା ପୋଲିସ ଚିକୁନକୁ ଗିରଫ କରିଛି । ମିଛି ଅପହରଣର ଭ୍ରମ ସୃଷ୍ଟି କରିଥିବାରୁ ଚିକୁନକୁ ଗିରଫ କରାଯାଇଛି । ଧଉଳୀ ଥାନାରେ ଚିକୁନ ଓ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରାଯାଇଛି । ବାନ୍ଧବୀ କହିଛନ୍ତି କି ତାଙ୍କୁ ଚିକୁନ ଅପହରଣ କରିନାହାନ୍ତି ବରଂ ସେ ନିଜ ଇଚ୍ଛାରେ ଯାଇଥିଲେ । ତେବେ ମଧ୍ୟପ୍ରଦେଶରୁ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିଥିଲା ଚିକୁନ୍ । ପ୍ରେମିକା ଓ ଚିକୁନ ଜେରା କରାଯାଇଥିଲା । ଆଉ ତାବିରେଧରେ ବିଭିନ୍ନ ସଙ୍ଗୀନ ଅଭିଯୋଗ ଲାଗିଥିବାରୁ ଶେଷରେ ଗିରଫ ହୋଇଛି ଚିକୁନ ।