Odia News Portal

ମୋରିସ୍ ଆଇପିଏଲର ବାଦଶାହ

ଚେନ୍ନାଇ: ଆଇପିଏଲ ୨୦୨୧ ପାଇଁ ପ୍ଲେୟାର ଅକ୍ସନ ଆଜି ଆରମ୍ଭ ହୋଇଛି । ପ୍ରଥମ ଦିନରେ ରେକର୍ଡ ଦାମରେ ବିକ୍ରି ହୋଇଛନ୍ତି ଦକ୍ଷିଣ ଆଫ୍ରିକାର କ୍ରିସ୍ ମୋରିସ । ଏଥର ଆଇପିଏଲ୍ ଇତିହାସରେ ସବୁଠାରୁ ଅଧିକ ଦାମରେ ବିକ୍ରି ହୋଇଛନ୍ତି ଦକ୍ଷିଣ ଆଫ୍ରିକାର କ୍ରିସ୍ ମୋରିସ । ରାଜସ୍ଥାନ ରୟାଲସ୍ କ୍ରିସ୍ ମୋରିସଙ୍କୁ ୧୬.୨୫ କୋଟିରେ କିଣିଛି । ଆଇପିଏଲ ଇତିହାସରେ ଏହା ସବୁଠାରୁ ବଡ ଦାମ ବୋଲି ଚର୍ଚ୍ଚା ଚାଲିଛି ।କେବଳ ଏତିକି ନୁହେଁ ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ଖେଳାଳି ହେବାର ଇତିହାସ ରଚିଛନ୍ତି ଦକ୍ଷିଣ ଆଫ୍ରିକା ଖେଳାଳି କ୍ରିସ୍ ମୋରିସ୍‌।

କ୍ରିସ୍ ଯୁବରାଜଙ୍କ ରେକର୍ଡ ଭାଙ୍ଗିଛନ୍ତି। ଏହା ପୂର୍ବରୁ ଆଇପିଏଲ ଇତିହାସର ସବୁଠୁ ମହଙ୍ଗା ଖେଳାଳି ଥିଲେ ଯୁବରାଜ ସିଂହ। ଯୁବରାଜ ସିଂହଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୨୦୧୫ରେ ୧୬ କୋଟି ଟଙ୍କା ଦେଇ କିଣିଥିଲା। ସେ ଏ ପର୍ଯ୍ୟନ୍ତ ଆଇପିଏଲ ଇତିହାସର ସବୁଠୁ ମହଙ୍ଗା ଖେଳାଳି ଥିଲେ। ସେହିଭଳି ଯୁବରାଜଙ୍କ ପୂର୍ବରୁ ଅଷ୍ଟ୍ରେଲିଆ ପେସ୍ ବୋଲର ପ୍ୟାଟ୍ କମିନ୍ସଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୧୫ କୋଟି ୫୦ ଲକ୍ଷରେ କିଣିଥିଲା । ତେବେ ଏହି ରେକର୍ଡକୁ ଅତିକ୍ରମ କରି ତାଙ୍କ ରେକର୍ଡକୁ ଭାଙ୍ଗିଛନ୍ତି କ୍ରିସ୍ ମୋରିସ।