Odia News Portal

ଉଚିତ ମୂଲ୍ୟାୟନ ଦାବିରେ CHSE ଅଫିସ ସାମ୍ନାରେ ହାତ କାଟିଲେ ଛାତ୍ରୀ

ଭୁବନେଶ୍ୱର: ଅଭାବନୀୟ ଘଟଣା । CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ । ଦାବି ପୂରଣ ନହେବାରୁ ଛାତ୍ରୀ ଜଣଙ୍କ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଛାତ୍ରୀ ଜଣଙ୍କ ଏକ ବ୍ଲେଡ୍ ସାହାଯ୍ୟରେ ତାଙ୍କ ହାତ କାଟି ଦେଇଛନ୍ତି। ଆହତ ଅବସ୍ଥାରେ ଛାତ୍ରୀଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ଛାତ୍ରୀ ଜଣଙ୍କ ମୂଲ୍ୟାୟନରେ ପକ୍ଷପାତିତା ହୋଇଥିବା ଅଭିଯୋଗ କରିଥିଲେ। ଦଶମ ମାର୍କ ଆଧାରରେ ମୁଲ୍ୟାଙ୍କନ କରିବାକୁ ଦାବି କରିଥିଲେ। ଏହା ସହିତ ଅଫଲାଇନ୍ ପରୀକ୍ଷାକୁ ବାତିଲ କରିବାକୁ ମଧ୍ୟ ଦାବି କରିଥିଲେ। ତେବେ ଛାତ୍ରୀଙ୍କର କୌଣସି ଦାବି ପୂରଣ ନହେବାରୁ ସେ CHSE ଅଫିସରେ ସମ୍ମୁଖରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।