Odia News Portal

୨୨ ପୋଲିସ କର୍ମଚାରୀଙ୍କୁ ପୋଲିସ ମେଡାଲ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଉତ୍କୃଷ୍ଟ ସେବା ଓ ସାହସିକତା ପାଇଁ ଆଜି ପୋଲିସ କର୍ମଚାରୀମାନଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯାଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ କର୍ମଚାରୀଙ୍କୁ ପଦକ ପ୍ରଦାନ କରିଛନ୍ତି ।

ସାହସିକତା ପାଇଁ ୯ ଜଣଙ୍କୁ ପୋଲିସ ପଦକ, ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ପଦକ ପ୍ରଦାନ କରାଯାଇଛି । ସାହସିକତା ପାଇଁ ମାଲକାନଗିରି ଓଏପିଏଫର ସ୍ବର୍ଗତ ଜୟରାମ କବାସୀ, ମୟୂରଭଞ୍ଜ ଏସପି ରିଷିକେଶ ଡି ଖଲାରୀ, ମାଲକାନଗିରି ଓଏପିଏଫର ରାମୁ ଦୁରୁଆ, କନେଷ୍ଟବଳ ବନ୍ଧୁ ହନ୍ତାଳ, ଘେନୁ ହନ୍ତାଳ, ଭୁବନେଶ୍ବର ଚନ୍ଦକା ଏସଓଜି ହାବିଲଦାର ପ୍ରବୀଣ ଥାପା, ରାଜେଶ ବିଶ୍ବକର୍ମା, ଏସଓଜି କମାଣ୍ଡୋ ଜୀବନ ସହାଇ ଏବଂ ଔଷଧିନାଥ ବେହେରାଙ୍କୁ ପଦକ ପ୍ରଦାନ କରାଯାଇଛି ।

କମିସନରେଟ ପୋଲିସର ଅତିରିକ୍ତ ଡିସିପି ପ୍ରାଣକୃଷ୍ଣ ରାଉତ ଏବଂ କଟକର କନେଷ୍ଟବଳ ପ୍ରଦୀପ କୁମାର ମହାନ୍ତି ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ପାଇଛନ୍ତି । ଏଥିସହ ଭିଜିଲାନ୍ସ ନିର୍ଦେଶାଳୟର ଆଇଜି ସଞ୍ଜୟ କୁମାର କୌଶଳ, ଭଦ୍ରକର ଡିଏସପି କମଳ ଲୋଚନ ଭୂୟାଁ, ଭିଜିଲାନ୍ସ ନିର୍ଦ୍ଦେଶାଳୟର ଡିଏସପି ସୁଜାତା ଖଣ୍ଡୁଆଳ, ସ୍ପେଶାଲ ବ୍ରାଞ୍ଚ ଡିଏସପି ରଘୁନାଥ ପ୍ରସାଦ ନାୟକ, କମିସନରେଟର ଏସିପି ଅରୁଣ କୁମାର ସ୍ବାଇଁ, ଭିଜିଲାନ୍ସ ନିର୍ଦ୍ଦେଶାଳୟର ହାବିଲଦାର ସେଖ ଆତାଉଲ୍ଲା, ଏଏସଆଇ କୃତ୍ତିବାସ ପଣ୍ଡା, ସମ୍ବଲପୁର ଏସଆଇ ମଧୁସୂଦନ ବେହେରା, ଡେପୁଟି କମାଣ୍ଡାଣ୍ଟ ପୱଲ ଦୟାଲ ବା, ଗଞ୍ଜାମର ଡିଏସପି ଅଜୟ କୁମାର ମିଶ୍ର, ବ୍ରହ୍ମପୁରର କନେଷ୍ଟବଳ ମାଇଲି ମୋହନଙ୍କୁ ସମ୍ମାନଜନକ ସେବା ପାଇଁ ପୋଲିସ୍ ପଦକ ପ୍ରଦାନ କରାଯାଇଛି ।