Odia News Portal

ଆଜି ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା

ରାଜ୍ୟରେ ବଢ଼ିବାରେ ଲାଗିଛି କୋଭିଡ ସଂକ୍ରମଣ ମାମଲା । କୋଭିଡ୍ ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ସ୍ଥିତିର ମୁକାବିଲା ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଅପରାହ୍ଣ ୫ଟାରେ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ବସିବ ବୈଠକ । କରୋନା ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କ ସହ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେବେ ।
ସୂଚନା ଯୋଗ୍ୟ, ରାଜ୍ୟରେ ୧ ପ୍ରତିଶତ ଉପରେ ସଂକ୍ରମଣ । ୨୪ ଘଣ୍ଟାରେ ୬୮୦ କରୋନା ପଜିଟିଭ୍ ଚିହ୍ନଟ । ଆଜି ପଜିଟିଭ୍ ରେଟ୍ ରହିଛି ୧.୩୧ ପ୍ରତିଶତ । ଯାହାକି ଗତକାଲି ଥିଲା ୦.୭୭ ପ୍ରତିଶତ । ଗତ ୨୪ ଘଣ୍ଟାରେ ୫୧ ହଜାର ୭୪୫ ଟେଷ୍ଟିଂ ହୋଇଛି । ଯାହା ଗତକାଲିଠାରୁ ୩ ହଜାର ୪୮ କମ୍ । ଗତକାଲି ୫୪ହଜାର ୭୯୩ ଟେଷ୍ଟିଂ ହୋଇଥିଲା । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୬୩ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ଆକ୍ଟିଭ୍ କେସ୍ ରହିଛି ୨ ହଜାର ୮୮୮ ।