Odia News Portal

ଭାଙ୍ଗିଲା କଲେଜ ଗଭର୍ଣ୍ଣିଂ ବଡି

ଭୁବନେଶ୍ୱର() ଭାଙ୍ଗିଲା କଲେଜ ଗଭର୍ଣ୍ଣିଂ ବଡି ବା ପରିଚାଳନା କମିଟି । ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ଗଭର୍ଣ୍ଣିଂ ବଡି ଭାଙ୍ଗିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ଦ୍ଦେଶନାମାକୁ ତତ୍କାଳ ଲାଗୁ କରିବା ନେଇ ଏଥିରେ ଉଲ୍ଲେଖ ରହିଛି।

ଏଣିକି ଏଡିଏମ ଜିଲ୍ଲା ମୁଖ୍ୟାଳୟରେ ଥିବା କଲେଜର ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷ ଭାବେ କାର୍ୟ୍ୟ କରିବେ । ସେହିଭଳି ଜିଲ୍ଲା ସଦର ମହକୁମା ବାହାରେ ଥିବା କଲେଜ ଗୁଡିକରେ ଉପ-ଜିଲ୍ଲାପାଳ ପରିଚାଳନା କମିଟିର ଅଧ୍ୟକ୍ଷ ରହିବେ ।

ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ୟ୍ୟନ୍ତ କଲେଜ ସଭାପତି ଏଡିଏମ୍ ରହିବେ। ଏକାଧିକ ଏଡିଏମ୍ ଥିଲେ ଜିଲାପାଳ ଜଣେ ଏଡିଏମ୍ଙ୍କୁ ଦାୟିତ୍ୱ ଦେବେ। ଏଥିସହ ସଦର ମହକୁମା ବାହାରେ ଥିବା କଲେଜ ମୁଖ୍ୟ ଉପଜିଲାପାଳ ହେବେ ବୋଲି ବିଜ୍ଞପ୍ତିରେ ଦର୍ଶା ଯାଇଛି।