Odia News Portal

କମିଶନରେଟ ପୋଲିସର ଜୋରଦାର ପାଟ୍ରୋଲିଂ

ଭୁବନେଶ୍ୱର: ରବିବାର ଦିନ ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଜୋରଦାର ପାଟ୍ରୋଲିଂ କରାଯାଇଥିଲା । ପୁଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ରାଜଧାନୀର ସମସ୍ତ ଥାନା ଆଇଆଇସି, ଜୋନ୍ ଏସିପି, ଅନ୍ୟାନ୍ୟ କର୍ମଚାରୀମାନେ ଏଥିରେ ସାମିଲ ହୋଇଥିଲେ । ସମସ୍ତ ଥାନା ଅଧୀନରେ ଥିବା ପିସିଆର ଭ୍ୟାନ ଏବଂ ଅନ୍ୟାନ୍ୟ ପୁଲିସ ଗାଡି ମହାନଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରି ସଂପୂର୍ଣ୍ଣ ବନ୍ଦକୁ କଡାକଡି କରାଯିବା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ ।

ସାବାଡ୍ ହେବେ ଅମାନିଆ। ଆଗାମୀ ଦିନରେ ଆହୁରି ଜୋରଦାର ହେବ ପୋଲିସ ପାଟ୍ରୋଲିଂ। ରାଜଧାନୀର ବିଭିନ୍ନ ସ୍ଥାନରେ ବୁଲିବ ପିସିଆର ଭ୍ୟାନ୍। କରୋନା କଟକଣା ଉଲଘଂନ କରୁଥିବା ନଜର ଆସିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଗକୁ କରୋନାର ତୃତୀୟ ଲହର ଆସୁଥିବାରୁ କମିଶନରେଟ୍ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଡିସନାଲ ଡିସିପି, ସମସ୍ତ ଜୋନ୍ ଏସିପି ଓ ବିଭିନ୍ନ ଥାନାର ଆଇଆଇସି ଯୋଗ ଦେଇଥିଲେ।