Odia News Portal

ମହାରାଷ୍ଟ୍ର ମେଣ୍ଟ ସରକାରରେ ପୁଣି ବିବାଦ ଆରମ୍ଭ

ମହାରାଷ୍ଟ୍ର ମେଣ୍ଟରେ ଫାଟ ସୃଷ୍ଟି ହୋଇଛି । ମେଣ୍ଟ ସରକାରରେ ସାମିଲ ଥିବା ଏନ୍ସିପି ଏବଂ କଂଗ୍ରେସ ମଧ୍ୟରେ କନ୍ଦଳ ଆରମ୍ଭ ହୋଇଯାଇଥିବା ଶୁଣିବାକୁ ମିଳୁଛି । ଏହି କ୍ରମରେ ଗୁରୁବାର ମହାରାଷ୍ଟ୍ର କଂଗ୍ରେସକୁ ବଡ ଝଟ୍କା ଲାଗିଛି । ମାଲେଗାଓଁର ୨୭ ଜଣ କଂଗ୍ରେସ କର୍ପୋରେଟର୍ ଏକାବେଳେ କଂଗ୍ରେସ ଛାଡି ଏନ୍ସିପିରେ ଯୋଗ ଦେଇଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଉପସ୍ଥିତିରେ ଏନ୍ସିପିରେ ଯୋଗ ଦେଇଛନ୍ତି୨୭ ଜଣ କର୍ପୋରେଟର୍ । ମାଲେଗାଓଁର କଂଗ୍ରେସ ମେୟର ମଧ୍ୟ ଦଳ ଛାଡି ଏନ୍ସିପିରେ ଯୋଗଦେଇଛନ୍ତି ।
ସୂଚନାଅନୁସାରେ ମାଲେଗାଓଁ ନଗର ନିଗମରେ ମୋଟ ୮୪ଟି ସିଟ୍ ରହିଛି । ୨୦୧୭ ନଗର ନିଗମ ନିର୍ବାଚନରେ କଂଗ୍ରେସକୁ ମୋଟ ୩୦ଟି ସିଟ୍ ମିଳିଥିବା ବେଳେ ଏନ୍ସିପି ୨୦ଟି ସିଟ୍ରେ ବିଜୟୀ ହୋଇଥିଲା । ସେହିଭଳି ଶିବସେନା ୧୨ଟି, ବିଜେପି ମାତ୍ର ୯ଟି ସିଟ୍ ଏବଂ ଅସଦଉଦ୍ଦିନ ଓଓ୍ବେସୀଙ୍କ ଇଓଗଓଗ ପାର୍ଟି ୭ଟି ସିଟ୍ରେ ବିଜୟୀ ହୋଇଥିଲା ।
ବର୍ତ୍ତମାନ ମହାରାଷ୍ଟ୍ରରେ ମେଣ୍ଟ ସରକାର ଜାରି ରହିଥିବା ବେଳେ ଅନ୍ତଃ କନ୍ଦଳ ସ୍ପଷ୍ଟ ବାରି ହୋଇପଡୁଛି । ଯାହାର ଉଦାହରଣ ହେଉଛି କଂଗ୍ରେସ ନେତୃତ୍ବଙ୍କ ଏନ୍ସିପିରେ ଯୋଗ ଦାନ । ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ମହାରାଷ୍ଟ୍ରରେ କୌଣସି ରାଜନୈତିକ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିନଥିଲେ । କ୍ଷମତା ଲୋଭରେ ବିଜେପି ଏବଂ ଶିବ ସେନା ମଧ୍ୟରେ ବିବାଦ କାରଣରୁ ଉଭୟ ଅଲଗା ହୋଇଥିଲେ । ପରେ କଂଗ୍ରେସ ଏବଂ ଏନ୍ସିପି ସହ ମିଶି ସରକାର ଗଢିଥିଲା ଶିବ ସେନା । ଏବେ ତାର ଉଭୟ ସହଯୋଗୀ ଦଳ ମଧ୍ୟରେ ବିବାଦ ମେଣ୍ଟ ପ୍ରତି ଆଶଙ୍କା ସୃଷ୍ଟି କରିଛି ।