Odia News Portal

ରାଜ୍ୟରେ ଆଉ ୨୨୮ କୋରେନା ଆକ୍ରାନ୍ତ ଚିହ୍ନଟ

ଓଡିଶାରେ ଚିହ୍ନଟ ହୋଇଛନ୍ତି ଆଉ ୨୨୮ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୩୧ ଓ ସ୍ଥାନୀୟ ଅଞ୍ଚଳରୁ ୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ୍କ ୩୨ ଜଣ ।
ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୦୫, ସୁନ୍ଦରଗଡରୁ ୧୫, କଟକରୁ ୧୨, ଝାରସୁଗୁଡାରୁ ୯, ସମ୍ବଲପୁରରୁ ୬,ଦେବଗଡରୁ ୬, ଗଞ୍ଜାମରୁ ୫, କେନ୍ଦୁଝରରୁ ୫, ନୟାଗଡରୁ ୫, ପୁରୀରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲାରୁ ୪, ଗଜପତିରୁ ୩, ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ୩, ଅନୁଗୁଳରୁ ୨, ଭଦ୍ରକରୁ ୨, ବୌଦ୍ଧରୁ ୨, ଯାଜପୁରରୁ ୨, କେନ୍ଦ୍ରାପଡାରୁ ୨, କୋରାପୁଟରୁ ୨, ବାଲେଶ୍ୱରରୁ ୧, ବଲାଙ୍ଗିରରୁ ୧, ଜଗତସିଂହପୁରରୁ ୧, ରାୟଗଡାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
୬ଟି ଜିଲ୍ଲାରୁ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି ମାମଲା ଆସି ନ ଥିବା ବେଳେ ଷ୍ଟେଟ ପୁଲରୁ ୨୬ ମାମଲା ଆସିଛି । ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୫୪ ହଜାର ୮୩୪ ଲୋକ କୋରୋନା ଆକ୍ରାନ୍ତ ହୋଇସାରିଛନ୍ତି । ଏଥିରୁ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪୪ ହଜାର ୫୯୪ ।