Odia News Portal

ରାଜ୍ୟରେ ୪୨୪ କରୋନା ଆକ୍ରନ୍ତ ଚିହ୍ନଟ

ରାଜ୍ୟରେ ହୁ ହୁ ହୋଇ ବଢ଼ିଲା କରୋନା ସଂକ୍ରମଣ ସଂଖ୍ୟା । ଦିନକରେ ଚିହ୍ନଟ ହୋଇଛନ୍ତି ୪୨୪ କରୋନା ସଂକ୍ରମିତ । ୧ ରୁ ୧୮ ବର୍ଷ ବୟସର ୪୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୨୪୬ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୧୭୮ । ଖୋର୍ଦ୍ଧାରୁ ସର୍ବାଧିକ ୧୫୧ ଜଣ ଆକ୍ରାନ୍ତ ଥିବା ବେଳେ, କଟକରୁ ୬୬, ଷ୍ଟେଟପୁଲରୁ ୩୧, ବାଲେଶ୍ବରରୁ ୨୯, ସୁନ୍ଦରଗଡ଼ରୁ ୨୭, ସମ୍ବଲପୁରରୁ ୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୪୭ ଆକ୍ରାନ୍ତ ।
ସେପଟେ ଦେଶରେ ବଢିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ୩୩ ହଜାର ୭୫୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ୧୨୩ ଜଣଙ୍କ ଜୀବନ ନେଇଛି କରୋନା । ଦିନକରେ ୧୦ ହଜାର ୮୪୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ୍ ଆକ୍ଟିଭ କେସ୍ ଲକ୍ଷେ ୪୫ ହଜାର ୫୮୨ ଥିବା ବେଳେ, ମୋଟ୍ ଡେଥ୍ ହୋଇଛି ୪ ଲକ୍ଷ ୮୧ ହଜାର ୮୯୩ ଜଣଙ୍କର । ମୋଟ୍ ସୁସ୍ଥ ହୋଇଛନ୍ତି ୩ କୋଟି ୪୨ ଲକ୍ଷ ୯୫