Odia News Portal

ଆଜି ରାଜ୍ୟରେ ୧୦ ହଜାର ୨୭୩ କରୋନା ଆକ୍ରନ୍ତ ଚିହ୍ନଟ

ଓଡିଶାରେ ୨୪ ଘଣ୍ଟାରେ ଆଉ ୧୦ହଜାର ୨୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି ସଂକ୍ରମିତ ହୋଇଥିଲେ ୧୦ ହଜାର ୫୯ । ଖୋର୍ଦ୍ଧାରୁ ସର୍ବାଧିକ ୩ହଜାର ୪୯୬ ନୂଆ କେସ୍ ରହିଛି । ସେଥି ମଧ୍ୟରୁ ସଙ୍ଗରୋଧରୁ ୫୯୬୨ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୩୧୧ ଜଣ । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସ୍କ ୧୦୬୫ ଜଣ ଅଛନ୍ତି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୪ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୭୬କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼ରୁ ୧ହଜାର ୪୯, କଟକରୁ ୮୪୪, ସମ୍ବଲପୁରରୁ ୫୨୯ ଓ ବାଲେଶ୍ୱରରୁ ୪୫୭ ନୂଆ ଆକ୍ରାନ୍ତ ରହିଛନ୍ତି। ୫୦୦ ଉପରେ ରହିଛି ୪ ଜିଲ୍ଲା। ରାଜ୍ୟରେ ଆକ୍ଟିଭ୍ କେସ୍ ୫୦ହଜାର ଟପି ୫୩ହଜାର ୧୭୧ ରହିଛି।