Odia News Portal

ଆଜିଠୁ ପୁଣି ରାଜ୍ୟରେ ଟିକାକରଣ

ଭୁବନେଶ୍ବର: ଆଜିଠୁ ପୁଣି କରୋନା ଟିକାକରଣ କାର୍ଯ୍ୟକ୍ରମ ଚାଲୁ କରାଯିବ। ପ୍ରତ୍ୟେକ ସରକାରୀ ଓ ବେସରକାରୀ ମେଡିକାଲ କଲେଜ ସହିତ ଜିଲ୍ଲା ଚିକିତ୍ସାଳୟରେ ଟିକାକରଣ କରାଯିବ । ଏଥର ଶହେ ବଦଳରେ ଗୋଟିଏ କେନ୍ଦ୍ରରେ ୨ ଶହ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ।

ପ୍ରଥମ ଦିନର ଟିକାକରଣ ସଫଳତା ପରେ ଏମିତି କିଛି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ସବୁ ଘରୋଇ ଓ ସରକାରୀ ମେଡିକାଲ କଲେଜରେ ୫ଟି ଟିକାକରଣ ସେଣ୍ଟର ହେବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ଦୁଇଟି ସେସନରେ ଟିକାକରଣ ହେବ। ପ୍ରତି ଟିମରେ ୫ ଜଣ ବଦଳରେ ୬ ଜଣ ଭ୍ୟାକ୍ସିନ ଇନଚାର୍ଜ ରହିବେ। କିନ୍ତୁ ପିଏଚସି ଓ ସିଏଚସି ଟିକାକରଣ କେନ୍ଦ୍ରରେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଟିକା କରଣ କରାଯିବ। ଟିକାକରଣ ପାଇଁ ସ୍ବାସ୍ଥ୍ୟକର୍ମୀ, କୋଭିଡ଼ ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରାଯାଇ ତାଙ୍କ ନିକଟକୁ ମେସେଜ ପଠାଯାଇଛି। ୭ରୁ ୧୦ ଦିନ ଭିତରେ ରାଜ୍ୟରେ ପ୍ରଥମ ପଯ୍ୟାୟ ଟିକା କରଣ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।