Odia News Portal

ଆଉ ୩୪୪୩ ପଜିଟିଭ, ଖୋର୍ଦ୍ଧାରୁ ୬୦୧

ଭୁବନେଶ୍ୱର()   ରାଜ୍ୟରେ ଆଉ ୩୪୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୨୦୧୭ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୪୨୬ ଜଣ ଆକ୍ରାନ୍ତ ହୋଇଛନ୍ତି  । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୯ ହଜାର ୧୧୯ରେ ପହଞ୍ଚିଛି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୦୦, ବାଲେଶ୍ୱରରେ ୧୫୨, ବରଗଡ଼ରେ ୧୧୧, ଭଦ୍ରକରେ ୯୫, ବଲାଙ୍ଗୀରରେ ୧୧୪, ବୌଦ୍ଧରେ ୧୦, କଟକରେ ୩୫୯, ଦେବଗଡ଼ରେ ୧୩, ଢେଙ୍କାନାଳରେ ୪୭, ଗଜପତିରେ ୧୮, ଗଞ୍ଜାମରେ ୫୪, ଜଗତସିଂହପୁରରେ ୭୮, ଯାଜପୁରରେ ୧୩୦, ଝାରସୁଗୁଡ଼ାରେ ୭୭, କଳାହାଣ୍ଡିରେ ୭୬, କନ୍ଧମାଳରେ ୧୦୩, କେନ୍ଦ୍ରାପଡ଼ାରେ ୧୦୧, କେନ୍ଦୁଝରରେ ୯୭, ଖୋର୍ଦ୍ଧାରେ ୬୦୧, କୋରାପୁଟରେ ୫୨, ମାଲକାନାଗିରିରେ ୨୯, ମୟୂରଭଞ୍ଜରେ  ୧୪୧, ନବରଙ୍ଗପୁରରେ ୮୯, ନୟାଗଡ଼ରେ ୮୮, ନୂଆପଡ଼ାରେ  ୮୭, ପୁରୀରେ ୧୩୨, ରାୟଗଡ଼ାରେ ୨୯, ସମ୍ବଲପୁରରେ ୧୩୧, ସୋନପୁରରେ ୯୪ ଓ ସୁନ୍ଦରଗଡ଼ରେ ୮୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି  । ଅପରପକ୍ଷରେ ଷ୍ଟେଟ ପୁଲରୁ  ୧୫୪ ଜଣ ଚିହ୍ନଟ ହୋଇଛନ୍ତି ।