Odia News Portal

ରାଜଧାନୀରୁ ଆଉ ୨୫୩ ପଜିଟିଭ, ୧୮୦ ଲୋକାଲ କେସ

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱରରୁ ଆଜି ୨୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂତନ୨୫୩ ଆକ୍ରାନ୍ତଙ୍କ ମଧ୍ୟରୁ ୭୩ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୧୮୦ ଜଣ ରହିଛନ୍ତି ବୋଲି ବିଏମସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । ଲକ୍ଷ୍ମୀସାଗରରୁ ୧୩ ଜଣ ରହିଥିବାବେଳେ ଶହୀଦ ନଗରରୁ ୨୦ ଜଣ, ଖଣ୍ଡଗିରି ଓ ପଟିଆରୁ ୯ ଜଣ ଲେଖାଏଁ ରହିଛନ୍ତି । ସେହିପରି ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁରରୁ ୭ଜଣ ଲେଖାଏଁ ରହିଛନ୍ତି ।

ନୂତନ ଚିହ୍ନଟ ୨୫୩ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିଙ୍କ ସଂଖ୍ୟା ୨୬ ହଜାର ୫୩୬ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି ୨୩ ହଜାର ୧୬୬ଜଣ । ସେହିପରି ୧୨୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ୩ହଜାର୨୨୨ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।