Odia News Portal

କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ବଢୁଛି ମୃତ୍ୟୁ ସଂଖ୍ୟା, ଆଜି ୧୮ ଜୀବନ ନେଲା କରୋନା

ଭୁବନେଶ୍ବର() ରାଜ୍ୟରେ କରୋନା ସଂକ୍ରମଣ କ୍ରମଶଃ କମିବାର ଲାଗିଛି । ଆଜି ରାଜ୍ୟରେ ୧୭୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୁସି ଖବର ହେଲା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମିଲା ବେଳେ ଦୁଃଖ ଖବର ହେଲେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନାହିଁ । ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପୁଥିବା ବେଳେ ମୃତ୍ୟୁ ସଂଖା ୧୫ରୁ ୧୭ ଭିତରେ ରହୁଥିଲା । ହେଲେ କିଛିଦିନ ହେବ ୨ ହଜାରରୁ କମ ଆକ୍ରନ୍ତ ଚିହ୍ନଟ ହେଉଥିବା ବେଳେ ପ୍ରତ୍ୟେକ ଦିନ ୧୫ରୁ ଅଧିକ ଜଣଙ୍କ ମୃତ୍ୟୁ ହେଉଛି ।

ସୂଚନା ଅନୁସାରେ, ଆଜି ଆଉ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ଅନୁଗୁଳ ଓ ଗଜପତି ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଭୁବନେଶ୍ବର, ମୟୁରଭଞ୍ଜ ଓ ଯାଜପୁରରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହ ବ୍ୟତିତ ଭଦ୍ରକ,ଢେଙ୍କାନାଳ,ଖୋର୍ଦ୍ଧା,ମାଲକାନଗିରିଳ ନବରଙ୍ଗପୁର ଏବଂ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା ୧୨୧୪କୁ ବୃଦ୍ଧି ହୋଇଛି ।