Odia News Portal

ଭାରତୀୟ ଦଳ ଘୋଷିତ : ରୋହିତଙ୍କୁ ବିଶ୍ରାମ, ଫେରିଲେ ଏହି ଖେଳାଳୀ

ନୁଆଦିଲ୍ଲୀ : ନ୍ୟୁଜିଲାଣ୍ଡରେ ସିରିଜ ହାରିବା ପରେ ଭାରତୀୟ ଟିମରେ ବଡ ପରିବର୍ତ୍ତନ ହୋଇଛି । ବିସିସିଆଇ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ହେବାକୁ ଥିବା ୱନଡେ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା କରିଛି । ଟିମକୁ ହାର୍ଦ୍ଦିକ ପାଣ୍ଡ୍ୟା ଭୁବନେଶ୍ୱର ଓ ଶିଖର ଧୱନ ରିଟର୍ଣ୍ଣ କରିଛନ୍ତି । ଏହି ଟିମରେ ରୋହିତ ଶର୍ମା ଓ ମୋହମ୍ମଦ ଶମିଙ୍କୁ ସାମିଲ କରାଯାଇନି ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚର ୱନଡେ ସିରିଜ ୧୨ ମାର୍ଚ୍ଚରୁ ଖେଳାଯିବ । ସିରିଜର ୨ ଅନ୍ୟ ମ୍ୟାଚ୍ ୧୫ ଓ ୧୮ ମାର୍ଚ୍ଚରେ ଖେଳାଯିବ । ବିସିସିଆଇ ଏହି ସିରିଜ ପାଇଁ ରବିବାର ଟିମର ଘୋଷଣା କରିଛି । ଏହି ଟିମରେ ଶିଖର ଧୱନ, ଭୁବନେଶ୍ୱର କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ୩ ଆହତ ହେବା ପରେ ଫିଟ୍ ହୋଇ ରିଟର୍ଣ୍ଣ କରିଛନ୍ତି । ନିକଟରେ ଟିମ୍ ଇଣ୍ଡିଆର ନ୍ୟୁଜିଲାଣ୍ଡ ଗସ୍ତରେ ଟିମ ଇଣ୍ଡିଆକୁ ଏହି ଖେଳାଳୀଙ୍କ ଅନୁପସ୍ଥିତି ଅନୁଭବ ହୋଇଥିଲା ।

ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେ ଗତ ବର୍ଷ ଅଗଷ୍ଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି -୨୦ ସିରିଜରେ ଖେଳିଥିଲେ। ତା’ପରେ ପିଠି ଯନ୍ତ୍ରଣା ହେତୁ ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିଥିଲା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ୱନଡେ ଭାଇସ୍ କ୍ୟାପ୍ଟେନ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି। ସେ ନିକଟରେ ଆହତରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ।  ନ୍ୟୁଜିଲ୍ୟାଣ୍ଡରେ ଚାଲିଥିବା ଟି-୨୦ ସିରିଜରେ ସେ ଆହତ ହୋଇଥିଲେ ଏବଂ ତାଙ୍କୁ ୱନଡେ ଏବଂ ଟେଷ୍ଟ ସିରିଜରୁ ବାଦ ଦିଆଯାଇଥିଲା। ଏହି ଦଳରେ କେଦାର ଯାଦବ ମଧ୍ୟ ସ୍ଥାନ ପାଇନାହାଁନ୍ତି ।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ପୃଥ୍ୱୀ ଖାଁ, କେ.ଏଲ୍ ରାହୁଲ, ମନୀଷ ପାଣ୍ଡେ, ଶ୍ରେୟସ୍ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ନବଦୀପ ସୈନୀ, କୁଳଦୀପ ଯାଦବ, ଶୁଭମନ ଗିଲ୍ ।