Odia News Portal

ବସ୍ ଟର୍ମିନାଲ ପାଇଁ ଜବରଦଖଲ ଉଚ୍ଛେଦ

କଟକ: କଟକ ନେତାଜୀ ବସ୍ ଟର୍ମିନାଲ ପାଇଁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ।ଏବେ ଆଉ ଅଟକି ପାରିବନି ବସ୍ ଟର୍ମିନାଲ କାର୍ଯ୍ୟ | କାରଣ ସରକାରଙ୍କ ପାଖରେ ଏବେ ଉପଲବ୍ଧ ଅଛି ସମସ୍ତ ୧୨ ଏକର ଜମି । ଏହାସହ ଜବରଦଖଲରେ ଥବା ସରକାରୀ ଜମିରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ସୂଚନା ପ୍ରଦାନ କରିଛନ୍ତି ।

ଅବରୋଧ ଥିବା ଜମିରୁ ଉଚ୍ଛେଦ ପ୍ରକ୍ରିୟା ସରିଲେ,ବସ ଟର୍ମିନାଲ କାମ ଆଗକୁ ବଢିବ ବୋଲି ଜିଲ୍ଲାପାଳ କହିଛନ୍ତି ।ତେବେ ଆଜି ମଧ୍ୟ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଏହାସହ ବୈଷ୍ଣବ ପାର୍କର ସଂପ୍ରସାରଣ ଓ ଉନ୍ନତିକରଣ କରାଯିବ । ବସ୍ ଟର୍ମିନାଲ ପ୍ରକଳ୍ପ କାମ ୧୮ ମାସ ମଧ୍ୟରେ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଉଲ୍ଲେଖ କରିଛନ୍ତି ଜିଲ୍ଲାପାଳ।