Odia News Portal

ସଡ଼କ ସୁରକ୍ଷା ସାଇକେଲ ପରିକ୍ରମା

କେନ୍ଦ୍ରାପଡ଼ା : ୩୨ ତମ ସଡକ ସୁରକ୍ଷା ସପ୍ତାହ ପାଳନ ଉପଲକ୍ଷେ କେନ୍ଦ୍ରାପଡ଼ା ଟାଉନ୍ ରେ ଏକ ସାଇକେଲ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ କେନ୍ଦ୍ରାପଡ଼ା ସାଇକେଲ କ୍ଲବର ମିଳିତ ସହଯୋଗରେ ଅନୁଷ୍ଠିତ ସାଇକେଲ ପରିକ୍ରମା କାର୍ଯ୍ୟକ୍ରମରେ ପ୍ରାୟ ୮୦ ରୁ ଅଧିକ ସାଇକେଲ ଆରୋହୀ ଯୋଗ ଦେଇଥିଲେ ।

ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର ସମ୍ମୁଖରୁ ଏହି ସାଇକେଲ ପରିକ୍ରମା ବାହାରି ସହର ପରିକ୍ରମା କରି ଗରା ପୁର୍ ଛକ, ତିନି ମୁହାଁଣୀ, ଦୁହୁରିଆ ଦେଇ ଆରଟିଓଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନରହରି ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହି ପରିକ୍ରମାର ଶୁଭାରମ୍ଭ କରିଥିଲେ । ସେହିପରି ଦୁହୁରିଆ ସ୍ଥିତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅୟୋଜିତ ସାଧରଣ ସଭାରେ ଅତିଥି ଭାବେ ଯୋଗ ଦେଇ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଲ ପଟ୍ଟନାୟକ ସଡ଼କ ସୁରକ୍ଷା ସଂପର୍କରେ ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବା ଆବଶ୍ୟକ ବୋଲି ମତ ଦେବା ସହ ସଡକ ସୁରକ୍ଷା କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ସାଇକେଲ କ୍ଲବର ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, ସମାଜସେବୀ ଓ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ଦିନରେ କେନ୍ଦ୍ରାପଡ଼ା ସାଇକେଲ କ୍ଲବ ପକ୍ଷରୁ ସଡକ ସୁରକ୍ଷା କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ ପ୍ରଶାନ୍ତ ନାୟକ ସୂଚନା ଦେଇଛନ୍ତି ।