Odia News Portal

ଭୁବନେଶ୍ୱରର ଗୋଟିଏ ମଂଚରେ ଶ୍ରୀକାନ୍ତ ଓ କେଜି୍ରୱାଲ

ଆମ ଆଦମୀର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲଙ୍କ ଭୁବନେଶ୍ୱର ସଭାରେ ଆଜି ଦେଖିବାକୁ ମିଳିଛି ପୂର୍ବତନ କେନ୍ଦମନ୍ତ୍ରୀ ତଥା କଂଗ୍ରେସରୁ ବହିଷ୍କୃତ ନେତା ଶ୍ରୀକାନ୍ତ ଜେନାଙ୍କୁ । ଭୁବନେଶ୍ୱର ଲୋୟର ପିଏମଜି ଛକ ଠାରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ସଭାରେ ଏହି ଦୁଇ ନେତାଙ୍କୁ ଗୋଟିଏ ମଂଚରେ ଆଜି ଦେଖିବାକୁ ମିଳିଥିଲା । ଶ୍ରୀ କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଓଡିଶା ଆସିଛନ୍ତି । ଶ୍ରୀ କେଜି୍ରୱାଲ ଏହି ଅବସରରେ ଓଡିଶାରେ ଆମ ଆଦମୀ ପାଟିକୁ ସୁଦୃଢ କରିବା ପାଇଁ ଏକ ସୁଯୋଗ ପାଇବେ ବୋଲି ଆଶା କରାଯାଉଛି । ସେହିପରି ଶ୍ରୀକାନ୍ତ ମଧ୍ୟ ଏହି ସମାବେଶ ଜରିଆରେ ନିଜର ପତିଆରା ଜାହିର କରିବା ପାଇଁ ଉଦ୍ୟମ କରିବେ ।