Odia News Portal

ଡିଏଫଓଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ DFOଙ୍କ ଲାଇ ଡିଟେକ୍ସନ ଟେଷ୍ଟ । ଭୁବନେଶ୍ୱର ଫୋରେନସିକ ଲ୍ୟାବରେ ତାଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଛି । ପ୍ରାୟ ୩ ଘଣ୍ଟା କାଳ ତାଙ୍କୁ ଟେଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଛି । ଶହେରୁ ଅଧିକ ପ୍ରଶ୍ନ ତାଙ୍କୁ ପଚରା ଯାଇଥିବା ସୂଚନା ରହିଛି । ଲାଇ ଡିଟେକ୍ସନ ଟେଷ୍ଟ ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।-

ସୂଚନାଥାଉ କି, ଏସିଏଫ ସୌମ୍ୟ ରଂଜନ ମହାପାତ୍ର ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି । ଅଭିଯୁକ୍ତ ଏବଂ ସାକ୍ଷୀଙ୍କ ବୟାନ ପରେ ତଦନ୍ତ ଆଗକୁ ବଢ଼ୁଛି । ପୋଲିସ ଓ କ୍ରାଇମବ୍ରାଞ୍ଚ ଆଗରେ ଦେଇଥିବା ବୟାନର ତାଳମେଳ ନେଇ ମଧ୍ୟ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ । ଯଦି ଅଭିଯୁକ୍ତ ଏବଂ ସାକ୍ଷୀମାନଙ୍କ ବୟାନରେ ତାଳମେଳ ନରହେ, ତାହେଲେ ପୁଣି ଥରେ ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି ।