Odia News Portal

ପିପିଲି ହିଂସା ରୋକିବାକୁ ଡ଼ିଜିପିଙ୍କ ମାଷ୍ଟର ପ୍ଲାନ

*ମୁତୟନ ହେବେ ୧୫ ପ୍ଲାଟୁନ ଫୋର୍ସ,୬୦ ପୋଲିସ ଅଧିକାରୀ |

ଭୁବନେଶ୍ୱର: ପିପିଲିରେ ଏହି ସମୟରେ ରାଜନୈତିକ ଦଙ୍ଗା ବଢି ଚାଲିଛି । ଆଜି ଡିଜିପି ଅଭୟ ପିପିଲି ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ, ଏଡିଜି ଓ କେନ୍ଦ୍ରାଞ୍ଚଳ ଡିଆଇଜି ସାମିଲ ହୋଇଥିଲେ । ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ଡିଜିପି ଅଭୟ କହିଛନ୍ତି କି ପିପିଲିରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଉପରେ ଗୁରୁତ୍ୱ ଦିଆଯାଉଛି । ଏନେଇ ୬୦ ଜଣ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାସହ ନିର୍ବାଚନରେ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ୮୦ ଟି ସମ୍ବେଦନଶୀଳ ବୁଥରେ ବିଏସଏଫ୍ ଯବାନ ମୁତୟନ ହେବେ । ଏଥିରେ ୩ କମ୍ପାନୀ ବିଏସଏଫ ଯବାନ ମୁତୟନ ହେବେ ।ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ତେବେ ପୋଲିସ ଡିଜିଙ୍କ ସହ ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ଯଶବ୍ୱନ୍ତ ଜେଠଓ୍ୱା, ପୁରୀ ଏସ୍‌ପି, ଅତିରିକ୍ତ ଏସ୍‌ପି ପ୍ରମୁଖ ଉପସ୍ଥିତ ରହିଛନ୍ତି ।