Odia News Portal

୨୩ରେ ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର

ବାଲେଶ୍ୱର() ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ନେଇ ପ୍ରସ୍ତୁତି ଜୋରାଦାର ଚାଲିଛି । ଏନେଇ୨୨ ତାରିଖରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ହେଭିୱେଟ ନେତା । ଉପନିର୍ବାଚନ ନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘୨୩ରେ ତିର୍ତ୍ତୋଲ ଓ ୨୪ରେ ବାଲେଶ୍ୱରରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଧାରଣ ସଭା ଓ ରୋଡ୍ ସୋ କରିବେ ଧର୍ମେନ୍ଦ୍ର ପ୍ରଧାନ । ପର୍ଯ୍ୟାୟକ୍ରମେ ତାରକା ପ୍ରଚାରକ ମଇଦାନକୁ ଓହ୍ଲାଇବେ । ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଓ ଅପରାଜିତା ଷଢଙ୍ଗୀ ମଧ୍ୟ ପ୍ରଚାର କରିବେ ।