Odia News Portal

ବେଲଟିକିରି ଘଟଣାରରେ ମାନେକା ଗାନ୍ଧି କ୍ଷ୍ୟୁବ୍ଧ

ଢେଙ୍କାନାଳ ଜିଲ୍ଲା ବେଲଟିକିର ଗୁଡନ୍ୟୁଜ ସେଲଟର ହୋମରେ ନିର୍ଯାତନା ଘଟଣା ନେଇ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି ଉଦବେଗ ପ୍ରକାଶ କରିଛନ୍ତି ଏବଂ ଏହାର ତଦନ୍ତ ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ଶାସନ ସଚିବଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଶ୍ରୀମତୀ ଗାନ୍ଧି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଏକ ପତ୍ର ଲେଖି ରାଜ୍ୟ ସରକାର ଶିଶୁ ଓ ମହିଳାଙ୍କୁ ସୁରକ୍ଷା ଦେବାରେ ଫେଲ ମାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ରାଜ୍ୟର ସବୁ ସେଲଟର ହୋମ ଗୁଡିକୁ ଏନସିପିସିଆର ପରିଦର୍ଶନ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ବିନା ଲାଇସେନ୍ସରେ ସଦରମହକୁମାରରୁ ମାତ୍ର ୧୦କିଲୋମିଟର ଦୂରରେ କିପରି ଏଭଳି ବେଆଇନ କାର୍ଯ୍ୟ ଚାଲିଥିଲା ସେ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି ।