Odia News Portal

ଲକ୍ଷଣ ନଥିଲେ କରନ୍ତୁ ନାହିଁ କୋଭିଡ ଟେଷ୍ଟ

ଲକ୍ଷଣ ନଥିଲେ କରୋନା ଟେଷ୍ଟିଂ କରନ୍ତୁ ନାହିଁ । ପଜିଟିଭ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଯଦି ଆପଣଙ୍କ ପାଖରେ ଲକ୍ଷଣ ନାହିଁ ତେବେ ଟେଷ୍ଟିଂ କରିବା ଆବଶ୍ୟକ ନାହିଁ । କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ ଅନୁସାରେ ବୃଦ୍ଧ ବ୍ୟକ୍ତିଙ୍କ ମଧ୍ୟରେ ଲକ୍ଷଣ କମ୍ ଥିଲେ ଆଇସୋଲେସନରେ ରହିବା ଭଲ । ଏହା ସହ ଅନାବଶ୍ୟକ ମେଡିସିନ୍ ବ୍ୟବହାର ନକରିବାକୁ ମଧ୍ୟ ସତର୍କ କରାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି କି ଭାଇରାଲ ଫ୍ଳୁ ପାଇଁ ଆଣ୍ଟିବାଓଟିକ୍ ଆବଶ୍ୟକ ନାହିଁ । ତେଣୁ ଅଯଥା ମେଡିସିନ୍ ବ୍ୟବହାର ଆବଶ୍ୟକ ନାହିଁ । କରୋନା ସଂକ୍ରମଣ ବଢୁଛି, ହେଲେ ସିଭିୟରିଟି ନାହିଁ । ଆଜି ସୁଦ୍ଧା ୬୧ ହଜାର ପଜିଟିଭ୍ ଥିବାବେଳେ ମାତ୍ର ୧୧୦୦ ଆକ୍ରାନ୍ତ ଡାକ୍ତରଖାନାରେ ଅଛନ୍ତି । ସେହିପରି ହସ୍ପିଟାଲରେ ୨ ପ୍ରତିଶତରୁ କମ୍ କୋଭିଡ ରୋଗୀଙ୍କ ଚିକିତ୍ସା ଚାଲିଛି । ଅନ୍ୟପକ୍ଷରେ ଆଇସିୟୁରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦୦ ଜଣ ଚିକିତ୍ସିତ ହେଉଛନ୍ତି ।