Odia News Portal

ପ୍ରାଣୀମାନଙ୍କ ପ୍ରତି ନିଷ୍ଠୁର ଆଚରଣ ଅମାନବୀୟ

କ୍ରିୟାଶୀଳ ହେବ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡ : ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର : ପ୍ରାଣୀମାନଙ୍କ ମଙ୍ଗଳ ସାଧନ ଓ ସେମାନଙ୍କ ପ୍ରତି ହେଉଥିବା ନିଷ୍ଠୁର ଅ ।ଚରଣରୁ ସୁରକ୍ଷା ପ୍ରଦାନ କରିବା ଦିଗରେ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ଏହାକୁ ଅଧିକ ସଶକ୍ତ କରିବା ସହ ଭିତ୍ତିଭୂମିର ବିକାଶ କରାଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଅ ।ଜି ପୂର୍ବାହ୍ନର ଭର୍ଚୁଅ ।ଲ ମାଧ୍ୟମରେ ଅ ।ୟୋଜିତ ପୁନର୍ଗଠିତ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡର ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କହିଲେ ଯେ ପ୍ରାଣୀମାନଙ୍କ ଉତ୍ପୀଡ଼ନ ଓ ସେମାନଙ୍କ ପ୍ରତି ନିଷ୍ଠୁର ଅ ।ଚରଣ ଅମାନବୀୟ ଓ ବର୍ଜନୀୟ । ପ୍ରାଣୀମାନଙ୍କ ମଙ୍ଗଳ ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ବିଭିନ୍ନ ଅ ।ଇନର କଡ଼ାକଡ଼ି ଅନୁପାଳନ ଓ ଯୋଜନାଗୁଡ଼ିକର ସଠିକ ରୂପାୟନ ଦିଗରେ ବୋର୍ଡ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରାଣୀ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯିବା ସହିତ ପାଟ୍ରୋଲିଂ ଓ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଏଥି ସହିତ ବହୁଳ ପ୍ରଚାର ଓ ପ୍ରସାର ଏବଂ ଗଣମାଧ୍ୟମ ଜରିଅ ।ରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବାର ଅ ।ବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଅ ।ର୍. ରଘୁପ୍ରସାଦ କହିଲେ ଯେ ପୀଡ଼ିତ ପ୍ରାଣୀମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ହେଲପ୍ଲାଇନ୍ ନମ୍ବର ଓ ପ୍ରାଣୀ ଚିକିତ୍ସା ଅ ।ମ୍ବୁଲାନ୍ସର ପ୍ରଚଳନର ବ୍ୟବସ୍ଥା କରାଯାଉଛି । ବୈଠକରେ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିେ”ର୍ଶକ ତଥା ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡର ସଦସ୍ୟ ସଚିବ ସ୍ମୃତିରଞ୍ଜନ ପ୍ରଧାନ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡ ପକ୍ଷରୁ ନିଅ ।ଯାଇଥିବା ବିଭିନ୍ନ କାଯର୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରି କହିଲେ ପେଟ ସପ୍ ଓ ଡଗ୍ ବ୍ରିଡିଂ ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକର ପଂଜୀକରଣ ଓ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡଠାରୁ ସାର୍ଟିଫିକେଟ୍ ହାସଲ ବ୍ୟବସ୍ଥାକୁ କଡ଼ାକଡ଼ି ଅନୁପାଳନ ଦିଗରେ ପଦକ୍ଷେପ ନିଅ ।ଯାଇଛି । ବୋର୍ଡ ପକ୍ଷରୁ ପ୍ରାଣୀମାନଙ୍କ ମଙ୍ଗଳ ନିମନ୍ତେ କାଯର୍ୟ କରୁଥିବା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରାଯିବା ସହିତ ଅଧିକ ସଂଖ୍ୟକ ଅନୁଷ୍ଠାନ ଗଠନ ଦିଗରେ ପ୍ରୋତ୍ସାହିତ କରାଯାଉଛି । ବୈଠକରେ ଯୋଗଦେଇଥିବା ସଦସ୍ୟମାନେ ଜିଲ୍ଲାସ୍ତରରେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବା ଓ ପ୍ରାଣୀ ମଙ୍ଗଳ ଅ ।ଇନ ସଂପର୍କରେ ଅଭିଜ୍ଞ ନିରୀକ୍ଷକ ଓ କର୍ମଚାରୀଙ୍କୁ ଯାଞ୍ଚ ବ୍ୟବସ୍ଥାରେ ନିୟୋଜିତ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଥି ସହିତ ଜିଲ୍ଲାସ୍ତରରେ ଥିବା ସୋସାଇଟି ଫର ପ୍ରିଭେନ୍ସନ୍ ଟୁ ଅ ।ନିମଲସ୍କୁ ଅଧିକ ସୁଦୃଢ଼ କରାଯିବା ସହ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡରେ ପୂର୍ଣ୍ଣକାଳୀନ ଅଧିକାରୀ ଓ କର୍ମଚାରୀ ନିୟୋଜନ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ବିଭିନ୍ନ ଗୋଶାଳା ଏବଂ ପ୍ରାଣୀ ମଙ୍ଗଳ ଅନୁଷ୍ଠାନଗୁଡ଼ିକୁ ଦିଅ ।ଯାଉଥିବା ଅନୁଦାନର ଅଡିଟ୍ ବ୍ୟବସ୍ଥା ଉପରେ ସଭ୍ୟମାନେ ଗୁରୁତ୍ୱ ଦେଇଥିଲେ ।