Odia News Portal

ଡ୍ରୋନ ଦ୍ୱାରା ବିସ୍ପୋରଣ କଲା ପାକିସ୍ତାନ

ପୁଣିଥରେ ଡ୍ରୋନ ଦ୍ୱାରା ବିସ୍ଫୋରଣ କରିବାକୁ ଚେଷ୍ଟା କରିଛି ପାକିସ୍ତାନ । ପାକିସ୍ତାନରୁ ଗୋଟିଏ ଡ୍ରୋନ ଦ୍ୱାରା ପ୍ୟାକେଟରେ ବିସ୍ଫୋରକ ସାମଗ୍ରୀ ପଞ୍ଜାବକୁ ପଠାଯାଇଛି । ମଙ୍ଗଳବାର ରାତି ପ୍ରାୟ ୧୨ଟା ୫୦ ମିନିଟରେ ଅମୃତସରର ପଞ୍ଜଗ୍ରହିଆନ ବର୍ଡର ଆଉଟ ପୋଷ୍ଟର ଦୁଇଟି ସ୍ଥାନରେ ପାକିସ୍ତାନରୁ ଆସିଥିବା ଡ୍ରୋନରୁ ବିସ୍ଫୋରକ ପକାଇଛି । ତେବେ ଅମୃତସରର ବିଏସ୍ଏଫ ଯବାନମାନେ ଡ୍ରୋନକୁ ଠାବ କରି ଗୁଳିମାଡ଼ କରିବାରୁ ଏହା ଭୟରେ ପାକିସ୍ତାନ ସୀମାକୁ ଚାଲି ଯାଇଛି ।
ଘଟଣା ପରେ ବିଏସ୍ଏଫ ଯବାନମାନେ ସନ୍ଦିଗ୍ଧ କାର୍ୟ୍ୟକଳାପକୁ ଠାବ କରିବା ପାଇଁ ପୂରା ଅଞ୍ଚଳକୁ କର୍ଡନ କରି ଦେଇଥିଲେ । ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ଅପରେସନ ବେଳେ ଦୁଇଟି ସ୍ଥାନରୁ ବିପୁଳ ପରିମାଣର ବିସ୍ଫୋରକ ମିଳିଛି । ଏଗୁଡ଼ିକ ଡୋନରୁ ପକାଯାଇଥିବା ପ୍ୟାକେଟ ମଧ୍ୟରେ ଥିଲା । ପାକିସ୍ତାନରୁ ଆସିଥିବା ବିସ୍ଫୋରକ ଏଠାରେ ପକା ଯାଇଥିଲେ ମଧ୍ୟ କୌଣସି ବଡ଼ ଅଘଟଣ ଘଟିନାହିଁ । ଆସନ୍ତା ୨୦ ତାରିଖରେ ପଞ୍ଜାବ ବିଧାନସଭା ନିର୍ବାଚନ ରହିଛି । ଏହାପୂର୍ବରୁ ରାଜ୍ୟରେ ହିଂସା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି ବିସ୍ଫୋରକ ପଠାଯାଇଥିବା କୁହାଯାଉଛି ।
ପୂର୍ବରୁ ମଧ୍ୟ ଅନେକ ଥର ପାକିସ୍ତାନରୁ ଡ୍ରୋନ ଦ୍ୱାରା ଭାରତକୁ ବିସ୍ଫୋରଣ, ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଆସିବାର ନଜିର ରହିଛି । ବାରମ୍ବାର ପାକିସ୍ତାନ ଡ୍ରୋନ ଦ୍ୱାରା ଷଡ଼ଯନ୍ତ୍ର କରୁଥିବାରୁ ସୁରକ୍ଷାକର୍ମୀ ସୀମାରେ ଏହାକୁ ଧ୍ୱଂସ କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ।