Odia News Portal

ବ୍ରହ୍ମପୁରରେ ଭେଜାଲ ସାମଗ୍ରୀ

ବ୍ରହ୍ମପୁର: କଟକ, ଭୁବନେଶ୍ୱର ଓ ସମ୍ବଲପୁର ପରେ ଏବେ ବ୍ରହ୍ମପୁରରେ ଜବତ ହୋଇଛି ଭେଜାଲ ସାମଗ୍ରୀ । ବ୍ରହ୍ମପୁର ବଡ଼ବଜାର ଥାନା ପାଣ୍ଡବ ନଗରରେ ଗୋଷାଣୀ ନୁଆଗାଁ ପୋଲିସର ଚଢାଉ । ବିପୁଳ ପରିମାଣର ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡ ଜବତ ହୋଇଛି ।ଏହାସହ କାରଖାନାର ନକଲି ସାମଗ୍ରୀ ପ୍ରସ୍ତୁତ ପାଇଁ ଥିବା ମେସିନ, ପଲି ପ୍ୟାକ ଆଦି ଜବତ ହୋଇଛି ।

କାରଖାନାର ମାଲିକ ଜଣକ ରାୟପୁରରୁ ଲଙ୍କା ଗୁଣ୍ଡ ଓ ମେସିନ ଆଣି ଏଠାରେ ପ୍ୟାକିଂ କରୁଥିଲା । ଏହାସହ ସେ ଗଞ୍ଜାମ ଜିଲ୍ଲା ଓ ଛତିଶଗଡ଼ର ରାୟପୁରରେ ଏହି ନକଲି ସାମଗ୍ରୀ ବିକ୍ରି କରୁଥିବା ସ୍ୱୀକାର କରିଛନ୍ତି । ତେବେ ପୁଲିସ୍‌ ଏହି ଫ୍ୟାକ୍ଟ୍ରି ପାଖରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ମସଲା ତିଆରି କରୁଥିବା ଆଉ ୨ଟି କାରଖାନାରେ ମଧ୍ୟ ଚଢ଼ଉ କରିଛି । ସେହିପରି ଲକ୍ଷ୍ମୀ ନୃସିଂହ ସପ୍ତମ ଲେନ୍ ଓ ଥାନା ସମ୍ମୁଖ ନୂଆ ରାଜା ସାହିରେ ଥିବା ୨ଟି ମସଲା ଫ୍ୟାକ୍ଟ୍ରି ଉପରେ ଚଢ଼ଉ ହୋଇଛି । ବଡ଼ବଜାର ଅଞ୍ଚଳରେ ନକଲି ମସଲା କାରବାର ହେଉଥିବା ନେଇ ପୋଲିସକୁ ଖବର ମିଳିଥିଲା । ଫଳରେ ପୋଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଚଢାଉ କରିଥିଲା ।

ବଡ଼ବଜାର ଅଞ୍ଚଳରେ ଚଢାଉ କରିଥିଲା ପୋଲିସ । ଏହି ଚଢାଉ ବେଳେ ପୋଲିସ ବିପୁଳ ପରିମାଣର ନକଲି ମସଲା ଜବତ କରିଛି । ପାଣ୍ଡବନଗରରେ ଚଢାଉ ବେଳେ ଜଣଙ୍କ ଅଟକ ରଖି ପଚରାଉଚରା କରୁଛି ପୋଲିସ ।ଦୀର୍ଘଦିନ ହେଲା ଏହି ସ୍ଥାନରେ ନକଲି କାରଖାନା ଚାଲିଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଆସୁଥିଲା । ଏନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏଠାରେ ଚଢାଉ କରାଯାଇଥିଲା । ଚଢାଉରେ ବିପୁଳ ପରିମାଣରେ ନକଲି ସାମଗ୍ରୀ ଜବତ ହୋଇଛି ।